ବିଦେଶ ଯିବାକୁ ବସିଥିବାବେଳେ ଜମ୍ମୁକାଶ୍ମୀରର ନେତା ସାହ ଫୈଜଲଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ଦିଲ୍ଲୀ: ପୂର୍ବତନ ଆଇଏଏସ ଅଧିକାରୀ ତଥା ଜମ୍ମୁକାଶ୍ମୀର ପିପୁଲସ ମୁଭମେଣ୍ଟର ଅଧ୍ୟକ୍ଷ ସାହ ଫୈଜଲଙ୍କୁ ବୁଧବାର ଦିଲ୍ଲୀ ପୁଲିସ ପକ୍ଷରୁ ଗିରଫ କରାଯାଇଛି | କୁହାଯାଉଛି. ସେ ବିଦେଶ ଯିବାକୁ ବସିଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରୁ ତାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି | ଗିରଫ କରାଯିବା ପରେ ସାହଙ୍କୁ କାଶ୍ମୀର ପଠାଇ ଦିଆଯାଇଛି | ଏହାଛଡା ତାଙ୍କୁ ଏବେ ନଜରବନ୍ଦୀ କରି ରଖାଯିବ ବୋଲି ଜଣାପଡିଛି | କେନ୍ଦ୍ର ସରକାର ଧାରା ୩୭୦ରେ ପରିବର୍ତ୍ତନ କରିବା ପରେ ସାହ ଲଗାତାର ବିବାଦୀୟ ବୟାନ ଦେଇଆସୁଛନ୍ତି |

ବୁଧବାର ସାହ କହିଥିଲେ ଯେ ଆମ ପାଖରେ ଏବେ ଦୁଇଟି ରାସ୍ତା ରହିଛି | କାଶ୍ମୀର ଆତଙ୍କବାଦୀଙ୍କ ସ୍ଥାନ ପାଲଟି ଯାଉ ନ ହେଲେ କାଠ କଣ୍ଢେଇ ପାଲଟିଯାଉ | ସାହ ଇଦ ଦିନ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ  ଓ  କହିଥିଲେ ଯେ କାଶ୍ମୀରରେ ଇଦ ପାଳନ ହେଉନାହିଁ |

କାଶ୍ମୀରର ଲୋକମାନେ ତାଙ୍କ ଭୂମିକୁ ଭାରତରେ ଭୁଲ ଭାବରେ ସାମିଲ ହେବାକୁ ନେଇ କାନ୍ଦୁଛନ୍ତି | କାଶ୍ମୀରରେ ସେହିଦିନ ପର୍ଯ୍ୟନ୍ତ ଇଦ ହେବ ନାହିଁ ଯେତେଦିନ ଯାଏଁ ୧୯୪୭ରେ ମିଳିଥିବା ବିଶେଷ ରାଜ୍ୟ ମାନ୍ୟତା ପୁଣି ଦିଆଯାଇନାହିଁ ବୋଲି ସାହ ବୟାନ ଦେଇଥିଲେ।

ସମ୍ବନ୍ଧିତ ଖବର