ରାଜସ୍ଥାନରେ ବଜ୍ରାଘାତ ନେଲା ୭ ଜୀବନ

ଜୟପୁର: ରାଜସ୍ଥାନରେ ଗତ ଦୁଇଦିନ ଭିତରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ବଜ୍ରାଘାତ ମଧ୍ୟ ଭୟ ଖେଳାଇ ଦେଇଛି। ପବନ ହେତୁ ଅନେକ ସ୍ଥାନରେ କାନ୍ଥ ଭୁଶୁଡ଼ି କେତେକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ କେତେକଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ହନୁମାନଗଡ଼ ଜିଳ୍ଲାରେ ପ୍ରବଳ ପବନ ହେତୁ ଏକ କାନ୍ଥ ଭୁଶୁଡ଼ି ପଡ଼ିବାଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଢୋଲପୁରରେ ବଜ୍ରାଘାତ ହେତୁ  ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାରନ୍‌ରେ ମଧ୍ୟ ଜଣେ ନାବାଳକଙ୍କର ବଜ୍ରାଘାତ ହେତୁ ମୃତ୍ୟୁ  ହୋଇଯାଇଛି। ଗତ ଦୁଇଦିନ ଭିତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି।

ସମ୍ବନ୍ଧିତ ଖବର