ଆସିଆନ୍‌-ଭାରତ ଶିଖର ସମ୍ମିଳନୀ ଆଜି

୧୦ ଆସିଆନ୍‌ ନେତା ଦିଲ୍ଲୀରେ

ନୂଆଦିଲ୍ଲୀ:  ଏଥର ଜନରାଜ୍ୟ ଦିବସ ସମାରୋହ ପୂର୍ବ ବର୍ଷମାନଙ୍କ ଅପେକ୍ଷା ସ୍ୱତନ୍ତ୍ର ହେବ। ପ୍ରଥମ ଥର ପାଇଁ ଏହି ସମାରୋହରେ ୧୦ଟି ରାଷ୍ଟ୍ରର ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ଏହି ଅବସରରେ ଆସନ୍ତାକାଲି ଆସିଆନ୍‌-ଭାରତ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମଞ୍ଚରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସରକାର ବ୍ୟାପକ ପ୍ରୟାସ ଜାରି ରକିଥିବା ବେଳେ ଆଜି ନୂଆଦିଲ୍ଲୀରେ ଆସିଆନ୍‌ ନେତାଗଣ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନେରାଲ ପ୍ରାୟୁତ ଚାନ୍‌ ଓ ଚା, ମିଆଁମାର୍‌ର ସର୍ବୋଚ୍ଚ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ କୀ, ବ୍ରୁନେଇର ସୁଲ୍‌୍‌ତାନ ହସନ୍‌ ଅଲ୍‌ ବୋଲ୍‌କିୟା, କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିୟନ୍‌ ଲୁଙ୍ଗ୍‌, ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍‌, ଭିଏତନାମ ପ୍ରଧାନମନ୍ତ୍ରୀ ନ୍ୟୁଏନ୍‌ ସୁଆନ୍‌ ଫୁକ୍‌, ଲାଓସ୍‌ ପ୍ରଧାନମନ୍ତ୍ରୀ ଥାଙ୍ଗ୍‌ଲିନ୍‌ ସିସୋଲିଥ୍‌୍‌ ଏବଂ ଫିଲିପାଇନ୍‌ସ ରାଷ୍ଟ୍ରପତି ଡ୍ରିଗୋ ଦୁତେର୍ତ। ଆଜି ଏହି ନେତାମାନେ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ନୂଆଦିଲ୍ଲୀରେ ଇଣ୍ଡୋ ଆସିଆନ୍‌ ବନ୍ଧୁତ୍ୱ ପାର୍କକୁ ଉଦ୍‌ଘାଟନ କରିଛନ୍ତି। ଜନରାଜ୍ୟ ଦିବସରେ ସମସ୍ତ ଆସିଆନ୍‌ ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାରୁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର