ପ୍ରଧାନମନ୍ତ୍ରୀ ଗାଦି ଉପରେ ଉଦ୍ଧବଙ୍କ ଆଖି

ମୁମ୍ବାଇ: ମହାରାଷ୍ଟ୍ରରେ ମେଣ୍ଟ ଶାସନ ସମ୍ଭାଳିଥିବା ଉଦ୍ଧବ ଥାକରେଙ୍କ ଶିବସେନା ଦଳର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପ୍ରଧାନମନ୍ତ୍ରୀ ଆସନ ହାତେଇବା ା ଏଥିପାଇଁ ଦଳ ଜାତୀୟ ରାଜନୀତିରେ ଏକ ପରିବର୍ତ୍ତିତ ଭୂମିକା ନିର୍ବାହ ପାଇଁ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛିା ଶୁକ୍ରବାର ଦଳର ୫୪ ତମ ପ୍ରତିଷ୍ଠା ଦିବସରେ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ କର୍ମୀମାନଙ୍କୁ ଉଦବୋଧନ ଦେଇ ଏଭଳି କିଛି ସଂକେତ କରିଛନ୍ତି। ଜଣେ ଶିବସୈନିକ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବାରେ ସେ ଅଧିକ ଆନନ୍ଦିତ ହେବେ ଏବଂ ଜଣେ ଶିବସୈନିକ ଦେଶର ନେତୃତ୍ବ ନେବା ଲାଗି ସମସ୍ତଙ୍କୁ ତଦନୁସାରେ କାମ କରିବାକୁ ପଡ଼ିବ ବୋଲି ସେ ଦେଇଥିବା ଆହ୍ବାନ କର୍ମୀମାନଙ୍କୁ ଉତ୍ସାହିତ କରିଛି।

ପ୍ରାରମ୍ଭରେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କର୍ମୀମାନଙ୍କୁ ସମ୍ପ୍ରୋଧିତ କରି ପ୍ରତ୍ୟେକ କର୍ମୀ ଦଳର ଅଧ୍ୟକ୍ଷ ଥାକରେଙ୍କ ଭଳି ହେବାକୁ ସେ ଚାହାନ୍ତି ବୋଲି କହିଥିଲେ। ପରେ ସେ ଉଦ୍ଧବଙ୍କୁ ଲକ୍ଷ୍ୟ କରି ‘ଆପଣ ରାଜ୍ୟକୁ ଅତ୍ୟନ୍ତ ଉତ୍ସାହର ସହ ସୁଚାରୁରୂପେ ଚଳାଉଛନ୍ତି, ଏଣିକି ଶିବସେନା ଜାତୀୟ ସ୍ତରରେ ନିଜର ଭୂମିକା ନିର୍ବାହ କରୁ ଏବଂ ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁ’ ବୋଲି କହିଥିଲୋ ତେବେ ଉଦ୍ଧବ ଏଥିରେ କୃତ୍ରିମ ନା କରି ଜଣେ ଶିବସୈନିକ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି ବୋଲି କହି ପରୋକ୍ଷରେ ନିଜର ସମ୍ମତି ଦେଇଥିଲେ।

ସମ୍ବନ୍ଧିତ ଖବର