ଦେଶରେ ୨୫% ଯୋଗ୍ୟ ହିତାଧିକାରୀ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଟିକା ନେବାପାଇଁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ଦେଶର କୋଭିଡ୍‌ ଟିକାକରଣକୁ ପ୍ରଶଂସା କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏହା କହିଛନ୍ତି। ବୁଧବାର ଦେଶରେ କୋଭିଡ ଟିକାକରଣ ୮୮୦ ନିୟୁତ ଟପିବାପରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଟ୍ବିଟ୍‌ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ତଥା ୨୩.୭ କୋଟି ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ୬୯ ପ୍ରତିଶତ ଲୋକ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୬୫,୩୪,୩୦୬ ଜଣଙ୍କ ଟିକାକରଣ ସହ ମୋଟ୍‌ ଟିକାକରଣ ୮୮ କୋଟି ଟପିଯାଇଛି।

ସମ୍ବନ୍ଧିତ ଖବର