ଦିନେ ଅଜୀମ ପ୍ରେମଜୀଙ୍କ ପାଖକୁ ଚାକିରି ମାଗିବାକୁ ଯାଇଥିଲେ ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ: ଇନଫୋସିସର ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତ୍ତି ଥରେ ୱିପ୍ରୋରେ ଚାକିରି ପାଇଁ ଆବେଦନ କରିଥିଲେ, କିନ୍ତୁ ଚାକିରି ପାଇବାରେ ସେ ବିଫଳ ହୋଇଥିଲା । କିନ୍ତୁ ଏହି ବିଫଳତାରୁ ସୃଷ୍ଟି ହେଲା ଭାରତୀୟ ଆଇଟି ଶିଳ୍ପରେ ଏକ ସବୁଠାରୁ ସଫଳ କମ୍ପାନି ଓ ଓ୍ବିପ୍ରୋର ପ୍ରତିଦ୍ବନ୍ଦ୍ବୀ ଇନଫୋସିସର ଜନ୍ମ ହେଲା ।

ନାରାୟଣମୂର୍ତ୍ତି ଶନିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ରୋଚକ କଥା କହିଛନ୍ତି। ପରବର୍ତ୍ତି କାଳରେ  ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀ ମୂର୍ତ୍ତିଙ୍କୁ କହିଥିଲେ ଯେ ତାଙ୍କୁ ନିଯୁକ୍ତି ନଦେବା ନିଷ୍ପତ୍ତି ଏକ ଭୁଲ୍ ଥିଲା। କହିବା ବାହୁଲ୍ୟ ଆଜି ଇନଫୋସିସ ଓ୍ବିପ୍ରୋଠାରୁ ଅନେକ ବାଟ ଆଗେଇଯାଇଛି ।

“ଅଜିମ ଥରେ ମୋତେ କହିଥିଲେ ଯେ ସେ ମୋତେ ନିଯୁକ୍ତି ନଦେବା ସବୁଠାରୁ ବଡ ଭୁଲ ଥିଲା । ଯଦି ତାଙ୍କୁ ୱିପ୍ରୋ ନିଯୁକ୍ତି ଦେଇଥାନ୍ତା, ତେବେ ତାଙ୍କ ପାଇଁ ଏବଂ ପ୍ରେମଜୀଙ୍କ କମ୍ପାନୀ ପାଇଁ ପରିସ୍ଥିତି ଭିନ୍ନ ହୋଇଥାନ୍ତା“ ନାରାଣୟମୂର୍ତ୍ତି କହିଛନ୍ତି ।

୧୯୮୧ ମସିହାରେ ନାରାୟଣ ମୂର୍ତ୍ତି ତାଙ୍କର ୬ ଜଣ ସାଙ୍ଗ ଏବଂ ପତ୍ନୀ ସୁଧା ମୂର୍ତ୍ତିଙ୍କ ଠାରୁ ୧୦,୦ ଟଙ୍କା ନେଇ ଇନଫୋସିସ୍ ପ୍ରତିଷ୍ଠା କରିଥିଲେ। ଜାନୁଆରୀ ୧୨ ସୁଦ୍ଧା ଇନଫୋସିସ୍ ର ବଜାର ମୂଲ୍ୟ ୬.୬୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ୱିପ୍ରୋର ବଜାର ମୂଲ୍ୟ ୨.୪୩ ଲକ୍ଷ କୋଟି ଟଙ୍କା ଥିଲା।

 

ସମ୍ବନ୍ଧିତ ଖବର