ଟ୍ରାଫିକ୍ ନିୟମ ଉଲ୍ଲଂଘନ ଯୋଗୁଁ ବିପୁଳ ପରିମାଣର ଜରିମାନା ଆଦାୟକୁ ବିରୋଧ କରିଲା ଶିବସେନା

ମୁମ୍ବାଇ:କ୍ଷମତାସୀନ ଏନଡିଏର ସହଯୋଗୀ ଶିବସେନା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଲେ କେନ୍ଦ୍ର ସରକାରଙ୍କ ଯେଉଁ ନୂଆ ନୀତି ନିର୍ଦ୍ଧାରିତ ହୋଇଛି ତାକୁ ନେଇ ପ୍ରଶ୍ନ ଉଠାଇଛି। ଆଜି ଶିବସେନାର ମୁଖପତ୍ର ସାମନାରେ ପ୍ରକାଶିତ ସଂପାଦକୀୟରେ ଏହାକୁ ବିରୋଧ କରାଯାଇଛି। ଲୋକଙ୍କଠାରୁ ବିପୁଳ ପରିମାଣର ଜରିମାନା ଆଦାୟର ପୁନର୍ବିଚାର କରାଯିବା ଉଚିତ ବୋଲି ଏଥିରେ ଲେଖାଯାଇଛି।

ଗତ ସେପ୍ଟେମ୍ବର ୧ ତାରିଖରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ହେତୁ ଡ୍ରାଇଭରମାନଙ୍କଠାରୁ ୫୯ ହଜାର ଟଙ୍କା ଆଦାୟ କରାଯିବାପରେ ଏହାକୁ ଅନୁଚିତ ବୋଲି କୁହାଯାଇଛି। ସାମନାରେ ପ୍ରକାଶିତ ସଂପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି ଯେ ନୂଆ ନିୟମ ଭଲ ମାତ୍ର ଅତ୍ୟଧିକ ପରିମାଣର ଜରିମାନା ଆଦାୟ ଠିକ୍ ନୁହେଁ ।

Image result for shivsena
image source-the hindu

ସୂଚନାଯୋଗ୍ୟ ଆଗରୁ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ତଥା ଶିବସେନା ନେତା ଦିବାକର ରାଓତେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ହେତୁ ଲୋକଙ୍କଠାରୁ ବିପୁଳ ପରିମାଣର ଜରିମାନା ଆଦାୟକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ଗୁଜୁରାଟ ଏବଂ ଝାଡ଼ଖଣ୍ଡ ଭଳି ବିଜେପି ଶାସିତ ରାଜ୍ୟମାନେ ବି ଏହି ନୂଆ ନିୟମକୁ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର