ଏସବୁ କଥା ଜାଣିଲେ , ଆପଣ ବି ସବୁ ଦିନ ସେବନ କରିବେ ଲବଙ୍ଗ

ଆମେ ଦୈନନ୍ଦିନ ଜୀବନରେ କିଛି ମସଲା ଖାଇ ଥାଉ । ଏହାକୁ ବିଭିନ୍ନ ଉପାୟରେ ସେବନ କରିଥାଉ। ଏହା ଭିତରେ ଲବଙ୍ଗ ବି ସାମିଲ । ମସଲାରେ ଲବଙ୍ଗ ଦେଇଥାଉ । ଆଉ ଯେଉଁମାନେ ପାନ ଖାଆନ୍ତି, ସେମାନେ ମଧ୍ୟ ପାନରେ ଲବଙ୍ଗ ଖାଇ ଥାଆନ୍ତି । ତା’ଛଡା ବିଭିନ୍ନ ଖାଦ୍ୟର ସ୍ୱାଦ ବଢାଇବା ଲାଗି ମଧ୍ୟ ଲବଙ୍ଗର ବ୍ୟବହାର କରାଯାଇଥାଏ ।

ତେବେ ଲବଙ୍ଗ ଏକ ସ୍ୱାସ୍ଥ୍ୟରକ୍ଷକ ସାମଗ୍ରୀ । ପ୍ରତିଦିନ ଦୁଇ ଚାରଟି ଲବଙ୍ଗ ସେବନ କରିଲେ ଶରୀରରେ କ୍ଷତିକାରକ ବିଷାକ୍ତ ଅଂଶ ଶରୀରରୁ ଅଲଗା ହୋଇଥାଏ । ତା’ଛଡା ଲବଙ୍ଗ ସେବନ ଦ୍ୱାରା ଆମକୁ ଶକ୍ତି ଓ ସ୍ଫୁର୍ତ୍ତି ମଧ୍ୟ ମିଳିଥାଏ । ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ, ଲବଙ୍ଗ ଖାଇବା ଉଚିତ୍‌ । ଦାନ୍ତରେ ଯନ୍ତ୍ରଣା ଯେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟକାରକ ଭାବେ କାମ କରିଥାଏ । ଯେଉଁ ଦାନ୍ତ ପାଖରେ ଯନ୍ତ୍ରଣା ହେଉଛି, ତା’ପାଖରେ ଲବଙ୍ଗ ରଖିଲେ କିଛି ସମୟରେ ଦାନ୍ତରୁ ଯନ୍ତ୍ରଣା ଦୂରୀଭୂତ ହୋଇଥାଏ ।
ଯଦି ବଦହଜମୀର ଶିକାର ହେଉଛନ୍ତି, ତେବେ ଗୋଟିଏ ଦୁଇଟି ଲବଙ୍ଗ ଚୋବାଇ ଦିଅନ୍ତୁ । ଏହା ଆପଣଙ୍କୁ ହଜମ କ୍ରିୟାରେ ସହାୟକ ହୋଇଥାଏ । ଲବଙ୍ଗ ଚୋବାଇବାର କିଛି ସମୟ ପରେ ଆପଣ ଖୁବ୍‌ ଭଲ ଅନୁଭବ କରିବେ । ଘରେ ମଶା ହେଉଥିଲେ ବି ଲବଙ୍ଗ ମାଧ୍ୟମରେ ଆପଣ ତା’କୁ ଦୂରେଇ ପାରିବେ ।
ମଧୁମେହ ରୋଗୀମାନଙ୍କ ପାଇଁ ମଧ୍ୟ ଲବଙ୍ଗ ଅମୃତତୁଲ୍ୟ । ଲବଙ୍ଗରେ ପ୍ୟୁରିଫିକେସନ୍‌ ଉପକରଣ ଥିବା ଯୋଗୁଁ ଏହା ରକ୍ତ ପରିଷ୍କାର କରିଥାଏ । ଖାଲି ସେତିକି ନୁହେଁ ଲବଙ୍ଗ ରକ୍ତ ପରିଷ୍କାର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ହୃଦରୋଗ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

Cloves (spice) And Wooden Spoon Close-up Food Background

ଚାଉଳକୁ ବେଶି ଦିନ ଯାଏଁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଲବଙ୍ଗର ଉପଯୋଗ କରାଯାଇପାରେ । ଚାଉଳରେ ଲବଙ୍ଗ ମିଶାଇ ରଖିଲେ ଚାଉଳରେ ପୋକ ହୁଏ ନାହିଁ ।

ସମ୍ବନ୍ଧିତ ଖବର