ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରିରେ ଦରମା ବୃଦ୍ଧି ସହ ବଦଳିର ଯୋଗ ରହିଛି। ଯାନ କିଣିବାର ଇଚ୍ଛା ପୂରା ହେବ। ବିରୋଧୀ ଆପଣଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ବୃଷ: କାରବାରରେ ଉତ୍‌ଥାନ ପତନ ଲାଗି ରହିବ। ନିକଟ ସଂପର୍କୀୟ ସହିତ ସମୟ କାଟିବେ। ରାଜନୀତି ପ୍ରସଙ୍ଗରେ ଆପଣଙ୍କ ବିଚାର ପ୍ରକଟ କରିବେ।

ମିଥୁନ: ଆପଣ ଚାକିରିରେ ବଡ଼ ପଦ ପାଇବା ପାଇଁ ପ୍ରୟାସ କରୁଥିଲେ ଆଜି ସଫଳତା ମିଳିବ। ପ୍ରେମ ଜୀବନରେ ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

କର୍କଟ: ବେପାରରେ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଭାଗ୍ୟର ସହଯୋଗ ପାଇବେ। ଜୀବନରେ ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିବେ।

ସିଂହ: ଚାକିରିରେ ସଫଳତାର ଯୋଗ ଅଛି। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବିଦେଶ ଯିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ଆଶା ପୂରା ହୋଇପାରେ।

କନ୍ୟା: ବେପାରରେ ଯଥେଷ୍ଟ ଲାଭର ସମ୍ଭାବନା ଅଛି। ଉପରିସ୍ଥ କର୍ମଚାରୀଙ୍କ ସହିତ ଭଲ ସାମଞ୍ଜସ୍ୟ ରହିବ। ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ।

ତୁଳା: ବ୍ୟବସାୟରେ ମନ ଚାହୁଁଥିବା ଲାଭ ପାଇବେ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଲେଖାଲେଖି କରୁଥିବା ଲୋକଙ୍କୁ ଭଲ ଅବସର ମିଳିବ। ଜୀବନସାଥୀ ଆପଣଙ୍କୁ ଉପହାର ଦେବେ।

ବିଛା: ଭାଗୀଦାରଙ୍କ ସହିତ ବସି ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଘରକୁ ବନ୍ଧୁ ଆସିବା ଯୋଗୁଁ ପିଲାମାନଙ୍କ ଉତ୍ସାହ ବଢ଼ିବ। ଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

ଧନୁ: ଆପଣ ମନ ଚାହୁଁଥିବା ଖବର ପାଇବେ। ଚାକିରିରେ ବଦଳିର ଯୋଗ ରହିଛି। ବେପାରରେ ଅସ୍ଥିରତା ଦେଖିବାକୁ ପାଇବେ। ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ।


ମକର: ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ମଜଭୁତ ହେବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ବଜାୟ ରହିବ। ବେପାରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ତୀର୍ଥଯାତ୍ରାରେ ଯିବାର ଯୋଗ ଅଛି।

କୁମ୍ଭ: ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଆଧ୍ୟାତ୍ମିକତାରେ ଆପଣଙ୍କର ରୁଚି ବଢ଼ିବ। ପରିବାର ପ୍ରତି ନିଜର ଦାୟିତ୍ବ ଭଲଭାବେ ନିର୍ବାହ କରିବେ।

ମୀନ: ଦିନଟି ଆପଣଙ୍କ ଲାଗି ଅପୂର୍ବ ସଫଳତା ଆଣି ଦେବା। କାର୍ଯ୍ୟ କ୍ଷେତ୍ରରେ ନେତୃତ୍ବର କ୍ଷମତା ବଢ଼ିବ। ସବୁ ଦୃଷ୍ଟିରୁ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରେମୀଯୁଗଳଙ୍କର ଘନିଷ୍ଠତା ବଢ଼ିବ।

ସମ୍ବନ୍ଧିତ ଖବର