୩ ଶିକ୍ଷୟିତ୍ରୀଙ୍କୁ ‘ନେସନାଲ ବିଲ୍‌ଡର’ ପୁରସ୍କାର

ଭୁବନେଶ୍ୱର : ଇନର୍‌ ହୁଇଲ୍‌ କ୍ଲବ୍‌ ଅଫ୍‌ ଭୁବନେଶ୍ୱର ରାଡିଆଣ୍ଟ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ପ୍ରୋଜେକ୍ଟ ୟୁପି ସ୍କୁଲର ଶିକ୍ଷୟିତ୍ରୀ ମମତା ପାଣିଗ୍ରାହୀ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ପ୍ରୋଜେକ୍ଟ ୟୁପି ସ୍କୁଲ ଶିକ୍ଷୟିତ୍ରୀ ବିଳାସିନୀ ସେଠୀ ଓ ଖଣ୍ଡଗିରି ସରକାରୀ ହାଇସ୍କୁଲ ଶିକ୍ଷୟିତ୍ରୀ କାଦମ୍ବିନୀ ସ୍ୱାଇଁଙ୍କୁ ‘ନେସନାଲ ବିଲ୍‌ଡର’ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ସହ କେନ୍ଦ୍ରାପଡ଼ାର କୁନି ଧାବିକା ଲିଜାରାଣୀ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା। ସଂଗଠନର ୩୨୬ ଜିଲ୍ଲା ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତି କ୍ଲବ୍‌ ପରିଦର୍ଶନ ଅବସରରେ ସ୍ଥାନୀୟ କେଶରୀ ହୋଟେଲରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଲିଜାଙ୍କ ସହ ୩ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା। କାର୍ଯ୍ୟକ୍ରମକୁ କ୍ଲବ୍‌ ସଭାନେତ୍ରୀ ଶିଖା ଖୁଣ୍ଟିଆ, ସଂପାଦିକା ସ୍ୱପ୍ନା ପାଢ଼ୀ ଏବଂ ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ମଧୁମିତା ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର