ହୋଟେଲ୍‌ ଚନ୍ଦନର ଏସି ଫ୍ୟାମିଲି ରେଷ୍ଟୁରାଣ୍ଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ବରମୁଣ୍ଡାସ୍ଥିତ ହୋଟେଲ୍‌ ଚନ୍ଦନର ନୂତନ ଏସି ‘ଫ୍ୟାମିଲି ରେଷ୍ଟୁରାଣ୍ଟ୍‌’ ଆଜି ଲୋକାର୍ପିତ ହୋଇଛି। ୨୦୦ ସିଟ୍‌ ବିଶିଷ୍ଟ ଏହି ରେଷ୍ଟୁରାଣ୍ଟ୍‌ରେ କେବଳ ମହିଳାମାନେ ଖାଦ୍ୟ ପରଷି ଦେବାର ନିଆରା ବ୍ୟବସ୍ଥା ରହିଛି। ଆଜି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଫିତାକାଟି ଏହି ରେଷ୍ଟୁରାଣ୍ଟ୍‌କୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅମିୟ ଦାଶ, ‘ପ୍ରେରଣା’ର ଅଧ୍ୟକ୍ଷ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, କର୍ପୋରେଟର୍‌ ନବକିଶୋର ବେହେରାଙ୍କ ସମେତ ରେଷ୍ଟୁରାଣ୍ଟ୍‌ର ମୁନିବ ପ୍ରକାଶ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ। ଏଥିସହ ଅଭିନେତ୍ରୀ ସୁନିତା, ସୋନାଲି, ଅନନ୍ୟା, ରଶ୍ମୀ, ପାପାଲିଙ୍କ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର