ମହୁମାଛି ଆକ୍ରମଣରେ ୪ ଆହତ

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ରଣପୁର ଗ୍ରାମରେ ଆଜି ବାଘେରା ମହୁମାଛି ଆକ୍ରମଣରେ ଜଣେ ୬ ବର୍ଷର ନାବାଳିକା ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ, ଲିକିନା ବିଶ୍ବାଳ (୬), ଗ୍ରାମ ମୁରବୀ ଅଗାଧୁ ମହାପାତ୍ର(୭୦), ଉଦୟ ସାହୁ (୧୫) ଓ ସୁବାସ ପ୍ରଧାନ(୫୦)। ଗ୍ରାମ ମୁଣ୍ଡରେ ଥିବା ଏକ ନିର୍ମାଣାଧୀନ ଘର ପାଖରେ ଥିବା ଆମ୍ବ ଗଛରେ ବାଘେରା ମହୁମାଛି ବସା କରିଛନ୍ତି। ଆଜି ସକାଳେ କେହି ଜଣେ ମହୁମାଛି ଫେଣାକୁ ଟେକା ମାରିବାରୁ ମହୁମାଛିଙ୍କ ଉତ୍ପାତ ଆରମ୍ଭ ହୋଇଯାଇଥିଲା। ଦଳଦଳ ମହୁମାଛି ନିକଟରେ ଥିବା ପୋଖରୀକୁ ସ୍ନାନ, ଶୌଚ ହେବାକୁ ଯାଉଥିବା ଗ୍ରାମବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର