ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ୍‌: ପ୍ରମୋଦଙ୍କୁ ଦ୍ବିମୁକଟ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ନିଜ ଚମକ ଜାରି ରଖିଛନ୍ତି। ରବିବାର ଶେ‌ଷ ହୋଇଥିବା ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତି‌ଯୋଗିତାରେ ସେ ଦ୍ବିମୁକୁଟ ହାତେଇ ଭାରତ ଓ ‌ନିଜ ରାଜ୍ୟ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ରବିବାର ଉଗାଣ୍ଡାର କାମ୍ପାଲାରେ ଆୟୋଜିତ ଏହି ପ୍ରତିଯୋଗିତାର ଉଭୟ ଏକକ ଓ ଯୁଗଳରେ ପ୍ରମୋଦ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ଏକକ ଫାଇନାଲ୍‌ରେ ସେ ୨୪-୨୨, ୨୧-୧୦ରେ ନିଜ ଦେଶର ଉମେଶ ବିକ୍ରମ କୁମାରଙ୍କୁ ଏବଂ ଯୁଗଳ ଫାଇନାଲ୍‌ରେ ମନୋଜ ସରକାରଙ୍କୁ ସାଥୀ କରି ୨୧-୧୩, ୨୧-୧୧ରେ ଫ୍ରାନ୍ସ ଯୋଡ଼ି ଗ୍ରାଲି ଗୁଇଲାଉମି ଓ ମ୍ୟାଥ୍ୟୁ ଥୋମାସଙ୍କୁ ହରାଇ ଦେଇଥିଲେ। ସଂପ୍ରତି ମୁଁ ସଫଳତାର ଶିଡ଼ି ଚଢ଼ିବା ଆରମ୍ଭ କରୁଛି। ମୋର ସ୍ବପ୍ନ ପାରା ଅଲିମ୍ପିକ୍ସରେ ଦେଶ ଓ ରାଜ୍ୟ ପାଇଁ ପଦକ ଆଣିବା। ଏଥିରେ ମୋର ପ୍ରଶିକ୍ଷକ, ପରିବାର, ଅଫିସ୍‌ ଷ୍ଟାପ୍‌ ଏବଂ ସାମ୍ବାଦିକ ଭାଇମାନଙ୍କ ଅବଦାନ ଅତୁଳନୀୟ। ଅପଣମାନଙ୍କ ସହଯୋଗ ବିନା ମୁଁ ଆଗକୁ ବଢ଼ି ପାରିବି ନାହିଁ ବୋଲି ବିଜୟ ପରେ ପ୍ରମୋଦ କହିଛନ୍ତି।

ସମ୍ବନ୍ଧିତ ଖବର