ଉଦ୍‌ଘାଟିତ ହେଲା ‘ଭାରତଛାଡ଼-୭୫’ର ବର୍ଷ ବ୍ୟାପୀ ଉତ୍ସବ

ଭୁବନେଶ୍ୱର : ‘ସଂଭାବନା’ ପକ୍ଷରୁ ଆୟୋଜିତ ‘ଭାରତଛାଡ଼-୭୫’ର ବର୍ଷ ବ୍ୟାପୀ ପାଳନର ଉଦ୍‌ଘାଟନୀ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ବାସୁଦେବ ଦୋରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ଗାନ୍ଧୀ ଗବେଷକ ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର। ଏଥିରେ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଉପସ୍ଥିିତ ଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ଦେବପ୍ରସାଦ ପରିଜା ବର୍ଷ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବ ବିଭିନ୍ନ ଜିଲ୍ଲା ଓ ଆଞ୍ଚଳିକସ୍ତରରେ ହୋଇ ଆସନ୍ତାବର୍ଷ ଅଗଷ୍ଟ ୮ ଓ ୯ରେ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସମାବେଶରେ ଉଦ୍‌ଯାପିତ ହେବ ବୋଲି ସୂଚନା ଦେଇଛନ୍ତି। ଅନୁଷ୍ଠାନର ଯୁଗ୍ମ ଆବାହକ ଅରବିନ୍ଦ ମହାନ୍ତି ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର