ରାଜଧାନୀରେ ଆରମ୍ଭ ହେଲା ଡ୍ରେନ୍‌ ସଫେଇ, ପୂର୍ତ୍ତ ଓ ଏନ୍‌ଏଚ୍‌ କର୍ତ୍ତୃପକ୍ଷ ସଫେଇ କରାଇଲେ

ଭୁବନେଶ୍ବର : ରାଜଧାନୀରେ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଇଡ୍‌କୋ ଡ୍ରେ‌ନ୍‌ ସଫା କରୁ ନଥିବାରୁ ଜଳବନ୍ଦୀ ସମସ୍ୟା ଉପୁଜୁଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଆଜି ପୂର୍ତ୍ତ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡ୍ରେନ୍‌ ସଫେଇ ଆରମ୍ଭ କରିଛନ୍ତି। ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଇସ୍କନ୍ ମନ୍ଦିର ସମ୍ମୁଖରୁ ଡ୍ରେନ୍ ସଫେଇ ଆରମ୍ଭ କରିଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ସଫେଇ ଆରମ୍ଭ ହୋଇଛି। ଭୁବନେଶ୍ବରରେ ଥିବା ପୂର୍ତ୍ତ ବିଭାଗର ୫ଟି ଯାକ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀମାନେ ନିଜ ନିଜ ଅଞ୍ଚଳରେ ଡ୍ରେନ୍‌ ସଫେଇ ଆରମ୍ଭ କରିବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କିଛି ଅଞ୍ଚଳରେ ଡ୍ରେନ୍‌ ସଫା ହୋଇଛି। ବର୍ଷ ବର୍ଷ ଧରି ସଫା ହୋଇନଥିବା ଡ୍ରେନ୍‌ଗୁଡ଼ିକରୁ କୁଢ଼କୁଢ଼ ଆବର୍ଜନା, ପଙ୍କ, ମାଟି ବାହାରିଛି। ଜୁନ୍‌ ୧୫ସୁଦ୍ଧା ସମସ୍ତ ଡ୍ରେନ୍‌ ସଫା କରିବାକୁ କୁହାଯାଇଛି। ହେଲେ ଇଡ୍‌କୋ ପକ୍ଷରୁ ଡ୍ରେନ୍‌ ସଫେଇ ଆରମ୍ଭ ହୋଇନି।

ସମ୍ବନ୍ଧିତ ଖବର