ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀଙ୍କ ଅର୍ଥ ବନ୍ଦ ଘଟଣା : ତୁରନ୍ତ ବକେୟା ଟଙ୍କା ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କ ନିର୍ଦେଶ

ଭୁବନେଶ୍ବର : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଧୀନ ବେରବୋଇ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଅର୍ଥ ଦିଆ ନ ଯିବା ଘଟଣାର ଶୁଣାଣି କରି ଲୋକାୟୁକ୍ତ ହିତାଧିକାରୀଙ୍କୁ ତୁରନ୍ତ ୫୫ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ବିଡିଓଙ୍କୁ ଲାଞ୍ଚ ଦେଇ ନ ପାରିବାରୁ ଇନ୍ଦିରା ଆବାସ ଯୋଜନାରେ ଦ୍ବିତୀୟ ଓ ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯାଇ ନ ଥିବା ସୁନିଆ ସାମନ୍ତରାୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଡେଲାଙ୍ଗ ବିଡିଓ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହିତାଧିକାରୀ ଧାର୍ଯ୍ୟ ସମୟ ଭିତରେ ଘର ନିର୍ମାଣ କରିପାରି ନ ଥିବା କହିଥିଲେ। ଏହି କାରଣରୁ ହିତାଧିକାରୀଙ୍କୁ ମଞ୍ଜୁର ହୋଇଥିବା ଟଙ୍କା ସରକାରଙ୍କ ନିକଟକୁ ଫେରି ଯାଇଥିଲା। ତେବେ ଅଭିଯୋଗକାରୀ ଏବେ ନିଜର ଘର ନିର୍ମାଣ ଶେଷ କରି ସାରିଥିବାରୁ ଏ ବାବଦ ୫୫ ହଜାର ଟଙ୍କା ପ୍ରଦାନ କରାଯିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ବିଡିଓ କହିଥିଲେ। ବିଡିଓଙ୍କ ଉତ୍ତର ପାଇବା ପରେ ଲୋକାୟୁକ୍ତ ହିତାଧିକାରୀଙ୍କୁ ତୁରନ୍ତ ବଳକା ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର