ଭୁବନେଶ୍ୱର : ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ୱର : ଗାନ୍ଧୀମାର୍ଗସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ଜଣେ ମହିଳାଙ୍କଠାରୁ ସୁନାଚେନ୍‌ ଛିନ୍‌ତାଇ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ବଡ଼ଗଡ଼ର ଅର୍ଚ୍ଚନା ମହାପାତ୍ର। ଅର୍ଚ୍ଚନା ଆଜି ତାଙ୍କ ସ୍ବାମୀ ଓ ପୁଅଙ୍କ ସହ ବାଇକ୍‌ରେ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ପଛପଟୁ ଦ୍ରୁତ ଗତିରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଚେନ୍‌ର ଓଜନ ୩୦ ଗ୍ରାମ୍‌ରୁ ଊର୍ଧ୍ବ ହେବ ବୋଲି ଜଣାଯାଇଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର