ଭୁବନେଶ୍ୱର: ନୂଆପଲ୍ଲୀ ଦୁର୍ଗାମଣ୍ଡପ ରୋଡ୍ରେ ଫଳଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଦୁର୍ଗାମଣ୍ଡପ ବସ୍ତିର ଅଲେଖ ନାୟକ(୩୬)।
ପୁଲିସ ସୂଚନା ମୁତାବକ, ଗତ ୨ ତାରିଖ ସକାଳ ପ୍ରାୟ ୯ଟା ସମୟରେ ହାଡ଼ିବନ୍ଧୁ ସାହୁ ନାମକ ଜଣେ ଫଳଦୋକନୀ ବରମୁଣ୍ଡାରୁ ଫଳ ନେଇ ଚନ୍ଦ୍ରଶେଖରପୁର ଦୋକାନକୁ ଯାଉଥିଲେ। ସେ ନୂଆପଲ୍ଲୀ ଦୁର୍ଗାମଣ୍ଡପ ରୋଡ୍ରେ ଯାଉଥିବା ସମୟରେ ହଠାତ୍ ଅଲେଖ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲା। ହାଡ଼ିବନ୍ଧୁ କିଛି ବୁଝି ପାରିନଥିଲେ। କାହିଁକି ଟଙ୍କା ଦେବେ ବୋଲି ପଚାରିବାରୁ ଅଲେଖ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲା। ଏହାପରେ ହାଡ଼ିବନ୍ଧୁଙ୍କ ପକେଟ୍ରୁ ଟଙ୍କା ଛଡ଼ାଇ ନେଇଥିଲା। ଏ ନେଇ ହାଡ଼ିବନ୍ଧୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଲେଖକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଫଳ ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍, ଯୁବକ ଗିରଫ
/sambad/media/post_attachments/wp-content/uploads/2017/10/21_03_2016-loot21.jpg)