ଥାନା ବାରଣ୍ଡାରେ ଅଣଓଡ଼ିଆ ସ୍ତ୍ରୀ

ଚନ୍ଦ୍ରଶେଖରପୁର : ଭଲ ପାଇ ବାହା ହୋଇଥିଲେ। ହରିଆଣାରୁ ଘରଦ୍ବାର ଛାଡ଼ି ସ୍ବାମୀଙ୍କ ସହ ଭୁବନେଶ୍ବର ଚାଲିଆସିଥିଲେ। ବିଶ୍ବାସ କରିଥିଲେ ସ୍ବାମୀଙ୍କୁ। କିନ୍ତୁ ଏବେ ସେ ସ୍ବାମୀଙ୍କ ଦ୍ବାରା ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି। ମଦ୍ୟପ ସ୍ବାମୀ ପ୍ରତିଦିନ ରାତିରେ ତାଙ୍କୁ ମାଡ଼ ମାରୁଛନ୍ତି। ଏମିତିକି ବାହାରୁ ଯୁବତୀ ଆଣି ଘରକୁ ରଙ୍ଗଶାଳା କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସ୍ବାମୀଙ୍କ ବିରୋଧରେ ଏମିତି ସଂଗିନ୍ ଅଭିଯୋଗ କରି ଆଜି ହରିଆଣାର ଜଣେ ମହିଳା ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଅଭି‌ଯୋଗ ଗ୍ରହଣ କରି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁସାରେ ହରିଆଣାର ଏହି ମହିଳା ଜଣକ ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରିଛନ୍ତି। ପ୍ରେମ ବିବାହ କରିବା ପରେ ସେ ସ୍ବାମୀଙ୍କ ସହ ହରିଆଣା ଛାଡ଼ି ଭୁବନେଶ୍ବର ଶୈଳଶ୍ରୀବିହାର ଅଞ୍ଚଳରେ ଆସି ରହୁଛନ୍ତି। କିନ୍ତୁ ଏଠାକୁ ଆସିବା ପରେ ସ୍ବାମୀଙ୍କ ମନ ବଦଳିଯାଇଛି। ତାଙ୍କ ସ୍ବାମୀ ପ୍ରତିଦିନ କିଛି ବନ୍ଧୁମାନଙ୍କୁ ଘରକୁ ଆଣି ସେମାନଙ୍କ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ପିଉଛନ୍ତି। ପ୍ରତିବାଦ କଲେ ସେ ତାଙ୍କୁ ମାଡ଼ ମାରୁଛନ୍ତି। ଏବେ ତାଙ୍କ ସ୍ବାମୀ ବାହାରୁ ଯୁବତୀମାନଙ୍କୁ ଘରକୁ ଆଣୁଛନ୍ତି। ଏହାକୁ ବିରୋଧ କଲେ, ସ୍ବାମୀ ତାଙ୍କୁ ନିସ୍ତୁକ ପିଟିପିଟି ଗୁରୁତର କରିଦେଇଛନ୍ତି।

ସମ୍ବନ୍ଧିତ ଖବର