ପଦ୍ମାଳୟା ପ୍ରକାଶନୀର ରୌପ୍ୟଜୟନ୍ତୀ

ଭୁବନେଶ୍ବର: ପୁସ୍ତକ ପ୍ରକାଶକ ଓ ବିତରକ ସଂସ୍ଥା ‘ପଦ୍ମାଳୟା’ର ରୌପ୍ୟଜୟନ୍ତୀ ସମାରୋହ ଆଜି ହୋଟେଲ ନ୍ୟୁ ମ୍ୟାରିଅନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାରରେ ପ୍ରକାଶକଙ୍କ ଭୂମିକା’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନଜୀବୀ ନଟବର ମହାନ୍ତି, ସୂର୍ଯ୍ୟନାରାୟଣ ଦାସ, ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଓ ଔପନ୍ୟାସିକ ରାଧାମୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରକାଶନୀର ପ୍ରତିଷ୍ଠାତା ଅମର ନାରାୟଣ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ପ୍ରକାଶନୀର ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି ଓ ସିଓଓ ରାଜୀବ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର