ପ୍ରଫେସର ପ୍ରଭାତ ନଳିନୀଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ବିୟୋଗରେ ବୁଧବାର ବିଭାଗ ପ୍ରେକ୍ଷାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଅସୀମ ରଞ୍ଜନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଫେସର ଡ. ଯତୀନ ନାୟକ, ଡ. ମେରୀ ମହାନ୍ତି, ପ୍ରୀତୀଶ ବାସା, ସ୍ବରାଜ ମିଶ୍ର, ରବି ବେହେରା, ଡ. ପ୍ରଣତି ଦାସ, ପ୍ରଫେସର ଦାସଙ୍କ ପୁତ୍ର ଆଶୁତୋଷ ଶେଷବଳୟ, ଡ. ନିରଞ୍ଜନ ନାୟକ, ଦେବୀପ୍ରସାଦ ତ୍ରିପାଠୀ ପ୍ରମୁଖ ସ୍ବର୍ଗତା ଦାସଙ୍କ ସ୍ମୃତି ଚାରଣ କରିଥିଲେ। ପୁରାତନ ଛାତ୍ରୀ ଲିପ୍‌ସିତା ମହାନ୍ତି ସଂଯୋଜନା କରିଥିବା ବେଳେ ରସାନନ୍ଦ ମୁଣ୍ଡା, ସଞ୍ଜୟ ଦତ୍ତ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଚଳିତବର୍ଷଠାରୁ ପ୍ରଫେସର ଦାସଙ୍କ ସ୍ମୃତିରେ ଏକ ସ୍ମାରକୀ ବକ୍ତୃତା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର