ଗଡ଼ ପାତ୍ରପଡ଼ା-ଭଗବାନପୁରରେ କାର୍ତ୍ତିକେଶ୍ବର ପୂଜା, ସବୁ ସୁନ୍ଦରର ସମାହାର ହେଉଛି ସଂସ୍କୃତି

ଖଣ୍ଡଗିରି: ସବୁ ସୁନ୍ଦରର ସମାହାର ହେଉଛି ସଂସ୍କୃତି। ତେଣୁ ଆମେ ଉତ୍ସବ ପାଳନ କଲା ବେଳେ ଆମ ଭିତରେ ଥିବା ସମସ୍ତ ସୁନ୍ଦରତାକୁ ପ୍ରଦର୍ଶନ କରିବାକୁ ଚେଷ୍ଟିତ ହେବା ଉଚିତ୍। ନିଜ ଭିତରେ ଥିବା ସମ୍ଭାବନାକୁ ଆବିଷ୍କାର କରିବାର ସୁଯୋଗ ଦେଉଥିବା ଉତ୍ସବ ପାଳନ‌ ବେଳେ ଆମେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉଚିତ୍। ଆଜି ଗଡ଼ ପାତ୍ରପଡ଼ା-ଭଗବା‌ନପୁର କାର୍ତ୍ତିକେଶ୍ବର ପୂଜା କମିଟିର ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୁବପିଢ଼ିକୁ ଏହି ବାର୍ତ୍ତା ଦେଇଛନ୍ତି। ଯୁବନେତା ରଶ୍ମିରଞ୍ଜନ ପାଟଶାଣୀଙ୍କ ପୌ‌େରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ, ନାରୀନେତ୍ରୀ କୌଶଲ୍ୟା ବଳିୟାରସିଂହ ଓ ସାମ୍ବାଦିକ ସତ୍ୟରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପୂଜା କମିଟି ଦ୍ବାରା ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଗ୍ରାମର ଇଷ୍ଟଦେବତା ବାଲୁଙ୍କେଶ୍ବର ମହାଦେବଙ୍କ ପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଗ୍ନେଚର୍‌ ବ୍ୟାଣ୍ଡ ମେଲୋଡ଼ି ପରିବେଷଣ କରିଥିଲା।

ସମ୍ବନ୍ଧିତ ଖବର