ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ବାର୍ଷିକ ସଂଗୀତ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ ପକ୍ଷରୁ ତିନି ଦିନ ଧରି ଚାଲିଥିବା ଏହାର ବାର୍ଷିକ ସଙ୍ଗୀତ ଉତ୍ସବର ଆଜି ଥିଲା ଉଦ୍‌ଯାପନୀ ସଂଧ୍ୟା। ଏହି ଅବସରରେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଭାରତୀ ଜେନା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିଥିଲେ। ହାର୍‌ମୋନିୟମ୍‌ରେ ଗୁରୁ ପ୍ରଦୀପ କୁମାର ଦାସ, ମର୍ଦ୍ଦଳରେ ଗୁରୁ ବୁଦ୍ଧନାଥ ସ୍ବାଇଁ, ବଂଶୀରେ ଜବାହର ମିଶ୍ର, ମଞ୍ଜିରାରେ ମୁରଲୀଧର ସ୍ବାଇଁ ଓ ତାନପୁରାରେ ସଂଧ୍ୟାରାଣୀ ରାଉତ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ। ସେହିପରି ପଣ୍ଡିତ କୈବଲ୍ୟ କୁମାର, ସହଯୋଗୀ ଶିଳ୍ପୀ ଉଜ୍ଜ୍ବଳ ଭାରତୀ, ଆକାଶ ରଞ୍ଜୀବ ବିଶ୍ବାଳ, ସୁମନ୍ତ ମହାରଣା ଓ ସଚ୍ଚିଦାନନ୍ଦ ସାହୁ ପ୍ରମୁଖଙ୍କ ସହ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ଆଜିର ସଂଧ୍ୟାରେ ଅତିଥି ଭାବେ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ତବଲା ଗୁରୁ ଉମେଶ କର, ଭୁବନେଶ୍ବର ମ୍ୟୁଜିକ ସର୍କଲର ପୂର୍ବତନ ସାଧାରଣ ସଂପାଦିକା ସୀମା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର