ଡକାୟତି ଯୋଜନା ପଣ୍ଡ : ୫ଜଣଙ୍କୁ ଧରିଲା ପୁଲିସ

ବନ୍ଧୁକ, ଗୁଳି, ଲୁହାଛଡ଼ ଓ କାର୍ ଜବତ

ଭୁବନେଶ୍ବର : ଯୋଜନା ଥିଲା କାହା ଘରେ ପଶି କଳାକନା ବୁଲାଇବା। ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇ ସାରିଥିଲା। କିନ୍ତୁ ତା’ ପୂର୍ବରୁ ଧରା ପଡ଼ିଗଲେ। ମାରଣାସ୍ତ୍ର ସହ ଡକାୟତି ପାଇଁ ଯୋଜନା କରୁଥିବା ୫ ଜଣ ଡକାୟତଙ୍କୁ ସହିଦନଗର ଥାନା ପୁଲିସ ଶାନ୍ତିପଲ୍ଲୀ ବସ୍ତି ନିକଟରୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ୩ ଫୁଟିଆ ଲୁହା ଛଡ଼ ଏବଂ ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତମାନେ ହେଉଛନ୍ତି ଚକେଇସିଆଣିର ବିଶ୍ବଜିତ ସ୍ବାଇଁ, ପଥରବନ୍ଧ ବେହେରା ସାହିର ବିଶ୍ବଜିତ ଡାଳୁଅ, ପଥରବନ୍ଧ ବସ୍ତିରେ ରହୁଥିବା ଢେଙ୍କାନାଳ ନୂଆହାଟର ରଞ୍ଜନ ସାହୁ, ଏହି ବସ୍ତିରେ ରହୁଥିବା ଧାମନଗର ଖନଗରାର ସିନା ଜେନା ଓ ପଳାସୁଣି ଛକ ଆଖଣ୍ଡଳମଣି ବସ୍ତିରେ ରହୁଥିବା ଜଙ୍କିଆ ରମ୍ଭାବିଲିର ରଞ୍ଜନ ସାହୁ।

ଏମାନେ ସହିଦନଗରର ଓ ଆଚାର୍ଯ୍ୟ ବିହାରରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ପୂର୍ବରୁ ବନ୍ଧୁକ ଦେଖାଇ ଲୁଟ୍‌ କରିବା, ଛିନ୍‌ତାଇ ପ୍ରଭୃତି ମାମଲାରେ ଏମାନେ ସାମିଲ ଥିଲେ। ତେବେ ଏମାନଙ୍କ ନାମରେ ଆଉ କେଉଁ ଥାନାରେ ମାମଲା ଅଛି କି ନାହିଁ ତାହାର ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର