କିଟ୍‍ ଓ କିସ୍‌ରେ ଖୋଲିଲା ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର

ଚନ୍ଦ୍ରଶେଖରପୁର: କିଟ୍‍ ଓ କିସ୍‌ରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର, ଇଣ୍ଟର୍ନସିପ୍‍ ଏବଂ ମିତସୁବିସ୍‌ କ୍ରୀଡ଼ା ସିଏସ୍‍ଆର କାର୍ଯ୍ୟକ୍ରମ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି ଉଦ୍‍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ମିତସୁବିସ୍‌ ଭାରତର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟୋଜି ତାଗୁଚି, ମିତସୁବିସ୍‌ ଭାରୀଶିଳ୍ପ ଭାରତର ପରିଚାଳନା ନିର୍ଦ୍ଦେଶକ ସୁଶେକେ ସୁତୋ ପ୍ରମୁଖ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ।

ଜାପାନୀ ଭାଷା କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ବିଶେଷ କରି ଛାତ୍ରଛାତ୍ରୀମାନେ ଜାପାନୀ ଭାଷାରେ ତାଲିମ୍‍ ନେବାର ସୁଯୋଗ ପାଇବେ। ଏହା ତାଙ୍କୁ ବିଭିନ୍ନ ଜାପାନୀ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇବାରେ ସହାୟକ ହେବ। ଇଣ୍ଟର୍ଣ୍ଣସିପ୍‍ କାର୍ଯ୍ୟକ୍ରମରେ ମିତସୁବିସ୍‌ ଗ୍ରୁପ୍‍ କିଟ୍‍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନବୀଶ (ଇଣ୍ଟର୍ଣ୍ଣ) ଭାବେ ଗ୍ରହଣ କରିବ। ଏହା ବ୍ୟତୀତ ସିଏସ୍‍ଆର କାର୍ଯ୍ୟକ୍ରମ ଜରିଆରେ କିସ୍‍ର ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେବ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜାପାନ ଓ ମିତସୁବିସ୍‌ର ଏହି ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଭାରତରେ ଥିବା ଜାପାନ ଦୂତାବାସ, ଭାରତ ବୈଦେଶିକ ମନ୍ତ୍ରାଳୟ ଓ ମିତସୁବିସ୍‌ ଗ୍ରୁପ୍‍ର ବରିଷ୍ଠ ପଦାଧିକାରୀଗଣ ଉପସ୍ଥିତ ଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର