ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର : ଗତ ସାଢ଼େ ତିନି ମାସ ମଧ୍ୟରେ ଡିଜେଲ୍‌ ଦର ୫ଟଙ୍କା ୯ପଇସା ବଢ଼ିଥିବାରୁ ଶନିବାର ଦିନ ବାଣିଜ୍ୟ ଓ ପରିବହନ ବିଭାଗ ବସ୍‌ ଭଡ଼ା ବଢ଼ାଇଛନ୍ତି। ଭଡ଼ା ୩ରୁ ୯ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅର୍ଡିନାରି ବସ୍‌ ଭଡ଼ା ଏବେ କିଲୋମିଟର ପିଛା ୮୯ପଇସା ଥିବାବେଳେ ଏହା ୩ ପଇସା ବଢ଼ି ୯୨ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୯୩ପଇସା ଥିବାବେଳେ ଏହା ୩ପଇସା ବଢ଼ି ୯୬ପଇସା, ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ଟଙ୍କା ୨୯ପଇସା ଥିବାବେଳେ ଏହା ୬ପଇସା ବଢ଼ି ୧ଟଙ୍କା ୩୫ପଇସା, ଏସି ଡିଲକ୍ସ ବସ୍‌ ଭଡ଼ା ୧ଟଙ୍କା ୫୭ପଇସା ଥିବାବେଳେ ଏହା ୬ପଇସା ବଢ଼ି ୧ଟଙ୍କା ୬୩ ପଇସା, ସୁପର୍‌ ଡିଲକ୍ସ ବସ୍‌ ଭଡ଼ା ୨ଟଙ୍କା ୪୪ ପଇସା ଥିବାବେଳେ ଏହା ୯ପଇସା ବଢ଼ି ୨ଟଙ୍କା ୫୩ପଇସାକୁ ବୃଦ୍ଧି ପାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୧୩ଟି ପାରାମିଟର୍‌ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ ହୁଏ । ଡିଜେଲ୍‌ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍‌ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେଆପେ ହୁଏ । ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍‌କୁ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ କରାଯାଏ । ଗତ ବର୍ଷ ମାର୍ଚ୍ଚ ଓ ଚଳିତ ବର୍ଷ ମାର୍ଚ୍ଚ ଓ ଜୁନ ମାସରେ ବିଭିନ୍ନ ପାରାମିଟର୍‌କୁ ବିଚାରକୁ ନେଇ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତାର ସମ୍ପନ୍ନ କମିଟି ସୁପାରିସ୍‌ କରିଥିଲା। ଡିଜେଲ୍‌ ଦର ଅଧିକ ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ା ବଢ଼ାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର