ୱେବ୍‌ସାଇ‌ଟ୍‌ରେ ‘ଦି ହରାଇଜନ୍‌ ଅଫ୍‌ ବୁଦ୍ଧିଜିମ୍ ଇନ୍‌ ଓଡ଼ିଶା’

ଭୁବନେଶ୍ବର : ବୌଦ୍ଧ ଧର୍ମ ଉପରେ ଗବେଷଣାମୂଳକ ତଥ୍ୟ ଆଧାରିତ ଇଂରାଜୀ ପୁସ୍ତକ ‘ଦି ନିଉ ହରାଇଜନ୍‌ ଅଫ୍ ବୁଦ୍ଧିଜିମ୍‌ ଇନ୍‌ ଓଡ଼ିଶା’ ପୁସ୍ତକ ଏଣିକି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ପ୍ରାକ୍ତନ ମୁଖ୍ୟ ଶାସନସଚିବ ଡ. ଅଜିତ କୁମାର ତ୍ରିପାଠୀ, ଐତିହାସିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ପ୍ରତ୍ନତତ୍ତ୍ବବିତ୍‌ ଡ. ଚନ୍ଦ୍ରଭାନୁ ପଟେଲ୍‌ଙ୍କ ଦ୍ବାରା ରଚିତ ଏହି ପୁସ୍ତକର ବହୁ ରୋଚକ ତଥ୍ୟ ୱେବ୍‌ସାଇଟ୍‌ ‘www.buddhisminodisha.com’ରୁ ଜାଣି ହେବ।

୩୦୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ଦିଲ୍ଲୀର ପ୍ରତିଭା ପ୍ରକାଶନ ଦ୍ବାରା ନିକଟ ଅତୀତରେ ପ୍ରକାଶିତ ହୋଇଥିବା ବେଳେ ବୁଦ୍ଧିଜୀବୀଙ୍କ ଦ୍ବାରା ପ୍ରଶଂସିତ ହୋଇଛି। ବିଶେଷକରି କପିଳେଶ୍ବରରୁ ମିଳିଥିବା ଅଶୋକଙ୍କ ତାମ୍ରଫଳକରୁ ଆବିଷ୍କୃତ ତଥ୍ୟର ବିଶ୍ଳେଷଣ କରାଯାଇଛି। ଓଡ଼ିଶାରେ ଥିବା ପ୍ରତିଟି ପୁରାତନ ବୌଦ୍ଧ ସ୍ଥାନସମୂହର ମଧ୍ୟ ବିଶ୍ଳେଷଣ କରାଯାଇଛି। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଯେ ଓଡ଼ିଶାରେ ଏହା ତଥ୍ୟ ଭିତ୍ତିରେ ପୁସ୍ତକରେ ପ୍ରମାଣିତ କରାଯାଇଛି ବୋଲି ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ କହିଛନ୍ତି। ପୁସ୍ତକର ଚାହିଦା ବୃଦ୍ଧି ପାଉଥିବା ବେଳେ ଏହାକୁ ଓଡ଼ିଆ ଓ ହିନ୍ଦୀରେ ଅନୁବାଦ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର