ଆଜି ପ୍ରଦର୍ଶିତ ହେବ ‘ଭକ୍ତ ସାଲବେଗ’

ଭୁବନେଶ୍ବର: ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌ ଓ କୌସ୍ତୁଭ ଡ୍ରିମ୍‌ ୱାର୍କର ମିଳିତ ସହଯୋଗରେ ଜୟଦେବ ଭବନରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ପ୍ରଦର୍ଶିତ ହେବ ‘ଭକ୍ତ ସାଲବେଗ’। ସପ୍ତଦଶ ‘ସ୍ମୃତିଛାୟା’ କାର୍ଯ୍ୟକ୍ରମରେ ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଏହି ଚଳଚ୍ଚିତ୍ର ସହ ବଲିଉଡ୍‌ର ଅନେକ ବ୍ୟକ୍ତିବିଶେଷ ସମ୍ପୃକ୍ତ ଥିଲେ। ସୋଲେ ଫିଲ୍ମର ଫାଇଟ୍‌ ମାଷ୍ଟର ଅଜିମ ଭାଇ ଏହି ଚଳଚ୍ଚିତ୍ରରେ ଫାଇଟ୍‌ ନିର୍ଦେଶନା ଦେଇଥିଲେ। କୁଲି, ମର୍ଦ, ଅମର ଆକ୍‌ବର ଆନ୍ଥୋନି ଭଳି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଲେଖିଥିବା ପ୍ରୟାଗ ରାଜ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଲେଖିଛନ୍ତି। ବମ୍ବେ ଫିଲ୍ମ ସିଟିରେ ଏହି ଚଳଚ୍ଚିତ୍ର ସୁଟିଂ ସମୟରେ ବ୍ୟବସ୍ଥାପକର ଭୂମିକା ତୁଲାଇଥିଲେ ଜଣାଶୁଣା ଅଭିନେତା ଶେଖର ସୁମନ। ଏହା ଏକମାତ୍ର ଓଡ଼ିଆ ଫିଲ୍ମ ଯେଉଁଥିରେ ଗୋଟିଏ ଊର୍ଦୁ ଗୀତ ତଥା ଗୁଲ୍‌ଜାରଙ୍କ ଲିଖିତ ଗଜଲ୍‌ ଶୁଣିବାକୁ ମିଳିବ।

ସମ୍ବନ୍ଧିତ ଖବର