ନିଖୋଜ ପୋଷ୍ଟର୍‌ରେ ତେଜସ୍ୱୀ ଯାଦବ, ଖୋଜିବା ଲୋକକୁ ମିଳିବ ୫୧୦୦ ଟଙ୍କା ପୁରସ୍କାର ରାଶି

ପାଟ୍‌ନା: ବିହାରରେ ଚମକୀ ଜ୍ୱର ହେତୁ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିବା ପରେ ଅନେକ ନେତା ନିଜର ଦୁଃଖ, ଚିନ୍ତା ପ୍ରକଟ କରିବା ସହ ସହାୟତା ପାଇଁ ଧାଇଁ ଆସିଛନ୍ତି। ମାତ୍ର ରାଜନେତା ତେଜସ୍ୱୀ ଯାଦବ ଏହି ପ୍ରସଂଗରେ ସଂପୂର୍ଣ୍ଣ ଚୁପ୍‌ ରହି ଆଲୋଚନାର ପରିସର ଭିତରକୁ ଆସିଛନ୍ତି।

ତାଙ୍କୁ ଥଟ୍ଟା କରି ବିହାରର ଜଣେ ସାମାଜିକ କର୍ମୀ ତମନ୍ନା ହାସ୍ମୀ ଏକ ନିଖୋଜ ପୋଷ୍ଟର୍‌ କରି ବାହାରେ ଲଗାଇଛନ୍ତି। ଖାଲି ସେତିକି ନୁହେଁ ସେ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି କି ତେଜସ୍ୱୀଙ୍କୁ ଖୋଜି ଦେଲେ ସେ ୫୧୦୦ ଟଙ୍କା ପୁରସ୍କାର ବାବଦରେ ଦେବେ। ସେ ସେଥିରେ ଲେଖିଛନ୍ତି କି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ବାହାରିବା ପରଠାରୁ ତେଜସ୍ୱୀ ଯାଦବ କେଉଁ ଆଡ଼େ ଚାଲି ଯାଇଛନ୍ତି। ଏହା ସହ ହାସ୍ମୀ ନିଜର ଫଟୋ ଦେଇ ତାଙ୍କ ଫୋନ୍‌ ନମ୍ବର ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର