ଏଭଳି କାମ କରି ରାସ୍ତାରେ ପେନ ବିକ୍ରି କରୁଥିବା ଶିଶୁ ମୁହଁରେ ହସ ଫୁଟାଇ ଦେ‌ଲେ ମହିଳା

ନୂଆଦିଲ୍ଲୀ: ଦାରିଦ୍ର୍ୟ ହେତୁ ଅର୍ଥାତ୍ ପରିବାରର ଆର୍ଥିକ ଅବସ୍ଥା ଠିକ ନଥିବା ହେତୁ କିଛି ପିଲା ସେମାନଙ୍କର ପିଲାଦିନକୁ ସଠିକ୍ ଭାବରେ ବଞ୍ଚିବା ପରିବର୍ତ୍ତେ ଦାୟିତ୍ବ ନେବା ଆରମ୍ଭ କରି ଦେଇଥାଆନ୍ତି। ଏପରି ପରିସ୍ଥିତିରେ ଯଦି ସେମାନଙ୍କୁ ଟିକିଏ ସାହାଯ୍ୟ ମିଳିଯାଏ, ତେବେ ସେମାନେ ବହୁତ ଖୁସି ହୋଇଯାଇଥାଆନ୍ତି। ଗରିବ ଲୋକଙ୍କ ଭାଗ୍ୟ  ବଦଳାଇବା‌ ଆମ ହାତରେ ତ ନାହଁ। କିନ୍ତୁ ସମାନ୍ୟ ଟିକିଏ ସାହାଯ୍ୟ କରି ତାଙ୍କ ମୁଖରେ ତ ହସ ଫୁଟାଇ ପାରିବା।

ଏହି କ୍ରମରେ ଆଫଗାନିସ୍ତାନରୁ ଏକ ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ଜଣେ ମହିଳା ଜଣେ ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇ ଦେଇଥିବା ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି।

 

ନାହିରା ଜିଆ ନାମକ ଜଣେ ଓକିଲ ତଥା ସମାଜସେବୀ  ଟ୍ୱିଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ନାହିରା ଲେଖିଛନ୍ତି, ‘ଏହି ଶିଶୁ ଜଣକ କାବୁଲରେ କଲମ ବିକ୍ରି କରନ୍ତି। ଏଥିରୁ ସେ ଯେତିକି ଅର୍ଥ ପାଆନ୍ତି ସେତିକିରୁ ନିଜର ପରିବାରର ପେଟ ପୋଷି ଥାଆନ୍ତି। ମୁଁ ତାଙ୍କୁ ପଚାରିଥିଲି ଯଦି ତୁମଠାରୁ ସମସ୍ତ ପେନ ନେଇଯିବି ତୁମେ ଖୁସି ହେବ କି? ତେବେ ସେ ସଙ୍ଗେ ସଙ୍ଗେ ଖୁବ ଖୁସି ହୋଇ ହଁ କହିଥିଲେ। ଏହାପରେ ମୁଁ ଶିଶୁଙ୍କ ଠାରୁ ଗୋଟିଏ ପରେ ଗୋଟିଏ ସମସ୍ତ ପେନ କିଣି ଆଣିଥିଲି।

ସମ୍ବନ୍ଧିତ ଖବର