ଶାର୍କ ଟ୍ୟାଙ୍କ ଇଣ୍ଡିଆ ସୋ ‘ରେ ବ୍ୟବସାୟ ଆଇଡ଼ିଆ ନେଇ ପହଞ୍ଚିଲେ କ୍ରିକେଟର କେଏଲ ରାହୁଲଙ୍କ ଭାଇ

ନୂଆଦିଲ୍ଲୀ: ବ୍ୟବସାୟ ରିୟଲିଟି ସୋ ଶାର୍କ ଟ୍ୟାଙ୍କ ଇଣ୍ଡିଆ ଷ୍ଟାର୍ଟଅପ୍ ଆଇଡିଆ ଏବଂ ଏଥିରେ ପାଣ୍ଠି ଦେବାକୁ ନେଇ ଲୋକପ୍ରିୟ ହେଉଛି | ତେବେ ଶାର୍କ ଟ୍ୟାଙ୍କର ଏକ ଏପିସୋଡରେ ଆଜିକାଲି ଭାରତୀୟ କ୍ରିକେଟ୍ ଦଳର ଦୁଇ ଖେଳାଳି କେ.ଏଲ୍ ରାହୁଲ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନୀଙ୍କ ବିଷୟରେ ଆଲୋଚନା ହେଉଛି। ବାସ୍ତବରେ ଏକ ଏପିସୋଡରେ କେ.ଏଲ୍ ରାହୁଲଙ୍କ ଭାଇ ଏକ ବିଜନେସ କନସେପ୍ଟ ନେଇ ଆସିଥିଲେ। ସେ ଶାର୍କ୍ ଟ୍ୟାଙ୍କର ଦ୍ୱିତୀୟ ସିଜନରେ ନିଜର ବ୍ୟବସାୟ ଆଇଡ଼ିଆ ବାଣ୍ଟିଥିଲେ ଏବଂ ଅର୍ଥ ମାଗିଥିଲେ | କେ.ଏଲ୍ ରାହୁଲଙ୍କ ସମ୍ପର୍କୀୟ ଭାଇ ପ୍ରତୀକ ପାଲନେତ୍ର ଏବଂ ତାଙ୍କ ସାଥୀ ବିଶ୍ୱନାଥ ବୋଲିଂ ମେସିନ୍ ବ୍ରାଣ୍ଡ ଫ୍ରି ବୋଲର ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଶାର୍କ ଟ୍ୟାଙ୍କ ଇଣ୍ଡିଆରେ ପହଞ୍ଚିଥିଲେ।

ସେମାନେ ଦାବି କରିଥିଲେ ଯେ ତାଙ୍କର ଏକମାତ୍ର କମ୍ପାନୀ ଯାହା କମ୍ ମୂଲ୍ୟରେ ବୋଲିଂ ମେସିନ୍ ଯୋଗାଉଛି। ଏହି ବ୍ରାଣ୍ଡ ପାଇଁ ସେ ୭.୫ ପ୍ରତିଶତ ଇକ୍ୱିଟି ପାଇଁ ୭୫ ଲକ୍ଷ ଟଙ୍କା ମାଗିଥିଲେ। ତାଙ୍କର ବ୍ୟବସାୟ ଆଇଡ଼ିଆ ବ୍ୟାଖ୍ୟା କରିବା ପରେ ସାର୍କ ଏହି ବ୍ୟବସାୟ ପ୍ରତି ଅଧିକ ଆଗ୍ରହ ଦେଖିନଥିଲେ | ଅଧିକାଂଶ ସାର୍କ ଏହି ବ୍ୟବସାୟିକ ଚିନ୍ତାଧାରାରୁ ନିଜକୁ ଦୂରେଇ ରଖିଥିଲେ | ତେବେ ନମିତା ଥାପର ସେମାନଙ୍କୁ ୧୫ ପ୍ରତିଶତ ଇକ୍ୱିଟି ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ୫% ରେ ୫୦ ଲକ୍ଷ ଟଙ୍କା ଋଣ ଦେବାକୁ କହିଥିଲେ | ଏହା ପରେ ସେମାନଙ୍କ ତରଫରୁ ଏକ କାଉଣ୍ଟର ଅଫର ମଧ୍ୟ ଉପସ୍ଥାପିତ ହୋଇଥିଲା, କିନ୍ତୁ ଅନ୍ୟ କୌଣସି ବିକଳ୍ପ ନଥିବା ହେତୁ ସେମାନେ ନମିତା ଥାପରଙ୍କ ଅଫରକୁ ଗ୍ରହଣ କଲେ | ତାଙ୍କର ବ୍ୟବସାୟ ଆଇଡ଼ିଆ କହିବାବେଳେ ପ୍ରତୀକ କହିଛନ୍ତି ଯେ ସେ ହେଉଛନ୍ତି ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସମ୍ପର୍କୀୟ ଭାଇ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍ ତାଙ୍କ ବ୍ରାଣ୍ଡର ଆମ୍ବାସଡର। ସେ କହିଥିଲେ ଯେ ସେମାନଙ୍କ ବ୍ୟବସାୟ କିଛି ସମୟ ଧରି କ୍ଷତିରେ ଚାଲିଛି।

ସମ୍ବନ୍ଧିତ ଖବର