ଗଙ୍ଗାହାର ନଦୀରେ ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର

ବାଲେଶ୍ଵର: ରେମୁଣା ଥାନା ମୟୂରଗ୍ରାମ ଗଙ୍ଗାହାର ନଦୀଠାରେ ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିଥିଲା ଟ୍ରାକ୍ଟର ଚାଳକଙ୍କ ସମେତ ଦୁଇଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଚିକିତ୍ସାଳୟରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଥିବାରୁ ତାଙ୍କୁ ସର୍ଜରୀ ୱାର୍ଡ ରେ ଭର୍ତ୍ତି କରିଥିଲେ।ମୃତକ ହେଲେ ଟ୍ରାକ୍ଟର ଚାଳକ ମୟୂରଗାଁ ର (ମରେଇଗାଁ) ରତ୍ନାକର ବାରିକଙ୍କ ପୁଅ ନିର୍ମାଲ୍ୟ ବାରିକ, ଗୁରୁତର ହେଲେ ଉକ୍ତ ଗ୍ରାମର ଜ୍ୟୋତିର୍ମୟ ଦାଶ।

ସମ୍ବନ୍ଧିତ ଖବର