ଶାଢ଼ି ପିନ୍ଧି ୧୩ ହଜାର ଫୁଟ ଉଚ୍ଚରୁ ଡେଇଁଲେ ମହିଳା

ନୂଆଦିଲ୍ଲୀ: ଶାଢ଼ି ପରିଧାନ କରିବା ତ ଏକ ସାଧାରଣ କଥା। କିନ୍ତୁ ଶାଢ଼ି ପରିଧାନ କରି ଜଣେ ମହିଳା ଆକଶରୁ ଡେଇଁବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତେବେ ନିକଟରେ ଶୀତଲ ମହାଜନ ଏହାକୁ କରି ଦେଖାଇଛନ୍ତି। ଶୀତଲ ମହାଜନ ରାଣେ ପାରମ୍ପରିକ ମହାରାଷ୍ଟ୍ର ନୋବାରି ଶାଢ଼ି ପରିଧାନ କରି ୧୩,୦୦୦ଫୁଟ ଉଚ୍ଚରୁ ଡେଇଁଛନ୍ତି।

ନିଜର ସ୍କାଏଡାଇଭିଂ ଏକାଡେମୀ ଚଳାଉଥିବା ଶୀତଲ ମହାଜନ ରାଣେ ଏଭଳି ଏକ କାମ କରୁଛନ୍ତି ଯାହା କି ପୂର୍ବରୁ କେହି ବୋଧ ହୁଏ କରି ନଥିବେ। ଶୀତଲ ଶାଢ଼ି ପନ୍ଧି ଥାଇଲ୍ୟାଣ୍ଡର ପଟାୟାରେ ଫେବ୍ରୁଆରି ୧୧ରେ ୧୩,୦୦୦ଫୁଟ ଉଚ୍ଚରୁ ସ୍କାଏଡାଇଭିଂ କରିଛନ୍ତି। ଏମିତି ସେ ନିଜ ରାଜ୍ୟ ଓ ମହିଳାଙ୍କ ସମ୍ମାନ ପାଇଁ କରିଛନ୍ତି ବୋଲି କହିଛନ୍ତି।

ଶୀତଲ ଉଭୟ ଜାତୀୟ ଓ ଅନ୍ତଜାତୀୟସ୍ତରରେ ରେକର୍ଡ କରିଛନ୍ତି। ସେ ସାଉଥ୍‌ ପୋଲରେ ପାରାସୁଟିଂ କରୁଥିବା ସବୁଠାରୁ ଯୁବ ମହିଳା ରହିଛନ୍ତି। ତାଙ୍କ ଉପଲବ୍ଧି ପାଇଁ ସରକାର ୨୦୧୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର