୧୯୪ ଦେଶରେ ପ୍ରସାରଣ

ଆଜି ସନ୍ଧ୍ୟାରୁ

ଭୁବେନଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଅବସରରେ ଅନେକ ନୂଆ କୀର୍ତ୍ତିମାନ ସ୍ଥାପିତ ହେବ। ଦଳ ଓ ଖେଳାଳି ସଂଖ୍ୟାଠାରୁ ଆରମ୍ଭ କରି ବିଶ୍ବକପ୍ ଖେଳିବାର ପଦ୍ଧତି ପର୍ଯ୍ୟନ୍ତ ସବୁଥିରେ ନୂତନତ୍ବ ଦେଖିବାକୁ ମିଳିବ। ଏପରିକି ମ୍ୟାଚ୍ ପ୍ରସାରଣରେ ମଧ୍ୟ ଭୁବନେଶ୍ବର ବିଶ୍ବକପ୍ ହକି ଇତିହାସରେ ନବ ଅଧ୍ୟାୟ ଯୋଡ଼ିବ। ଏଥରର ବିଶ୍ବକପ୍ ୧୯୪ ଦେଶରେ ପ୍ରସାରିତ ହେବ। ଯାହା ୨୦୧୪ ମସିହାରେ ନେଦରଲାଣ୍ଡର ହଗ୍‌ରେ ଆୟୋଜିତ ବିଶ୍ବକପ୍‌ର ଗତ ସଂସ୍କରଣର ପାଖାପାଖି ଦେଢ ଗୁଣ। ଭୁବନେଶ୍ବର ବିଶ୍ବକପ୍‌କୁ ସାରା ବିଶ୍ବର ୩୦ ବଛା ବଛା ପ୍ରସାରଣକାରୀ ସଂସ୍ଥା ପ୍ରସାରିତ କରିବେ। ଆଉ ଏହା ହେଉଛି ଗତ ବିଶ୍ବକପ୍‌କୁ ପ୍ରସାରଣ କରିଥିବା ପ୍ରସାରଣକାରୀ ସଂସ୍ଥାର ଦୁଇଗୁଣ। ଯେଉଁ ଅଞ୍ଚଳରେ କୌଣସି ପ୍ରସାରଣ ଅଧିକାର ଚୁକ୍ତି କରାଯାଇନାହିଁ, ସେଠାରେ ବିଶ୍ବକପ୍ ଏଫ୍‌ଆଇଏଚ୍‌ର ୟୁ-ଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେବ। ଭାରତରେ ବିଶ୍ବକପ୍‌କୁ ଷ୍ଟାର ସ୍ପୋର୍ଟସ୍ ପ୍ରସାରଣ କରିବ। ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୧୬ ଦେଶରେ ଏହାର ପ୍ରସାରଣ ଅଧିକାର ପାଇଥିବା ସଂସ୍ଥାଗୁଡ଼ିକ ହେଲା: ଆର୍ଜଣ୍ଟିନା (ଇଏସପିଏନ୍ ସୁର), ଅଷ୍ଟ୍ରେଲିଆ (ଫକ୍ସ ସ୍ପୋର୍ଟସ ଓ କାଓ ସ୍ପୋର୍ଟ), ବେଲ୍‌ଜିୟମ (ପ୍ଲେ ସ୍ପୋର୍ଟସ), କାନାଡା (ବେଲଏନସ୍ପୋର୍ଟସ), ଚୀନ (ଫକ୍ସ ସ୍ପୋର୍ଟସ ଏସିଆ), ଇଂଲଣ୍ଡ (ବିଟି ସ୍ପୋର୍ଟସ), ଫ୍ରାନ୍ସ ଏଲଇକ୍ୟୁପ, ଜର୍ମାନି (ଡାଜନ), ଭାରତ (ଷ୍ଟାର ସ୍ପୋର୍ଟସ, ଦୂରଦର୍ଶନ), ଆୟର୍ଲାଣ୍ଡ (ବିଟି ସ୍ପୋଟର୍ସ), ମାଲେସିଆ ଆସ୍ତ୍ରୋ, ନେଦରଲାଣ୍ଡ୍ସ (ଏନଓଏସ୍), ନ୍ୟୁଜିଲାଣ୍ଡ (ସ୍କାଏ ସ୍ପୋଟର୍ସ ଏନ୍‌ଜେଡ୍), ପାକିସ୍ତାନ (ସୋନି), ଦକ୍ଷିଣ ଆଫ୍ରିକା (ସୁପରସ୍ପୋର୍ଟ), ସ୍ପେନ୍ (ୟୁରୋ ସ୍ପୋର୍ଟ)।

ସମ୍ବନ୍ଧିତ ଖବର