ପ୍ରଥମ ରାଜ୍ୟ କ୍ଲବ୍‌ ଶକ୍ତି ଉତ୍ତୋଳନ ଉଦ୍‌ଯାପିତ: ଦୀପକ ଷ୍ଟ୍ରଙ୍ଗ ମ୍ୟାନ୍‌ ଓ ଦେବୀ ଷ୍ଟ୍ରଙ୍ଗ୍‌ ଓମ୍ୟାନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପ୍ରଥମ କ୍ଲବ୍‌ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ କ୍ଲବ୍‌/ଜିମ୍ନାସିୟମ୍‌ରୁ ୧୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଏହି ଓପନ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୁରୁଷ ବିଭାଗରେ ଉତ୍କଳ କରାଟେ ସ୍କୁଲ୍‌ର ଦୀପକ କୁମାର ନାୟକ ମୋଟ ୭୦୨.୫ କିଲୋ ଉଠାଇ ଷ୍ଟ୍ରଙ୍ଗ୍‌ ମ୍ୟାନ୍‌ ଆଖ୍ୟା ଲାଭ କରି ୧୦,୦୦୦/- ଅର୍ଥ ରାଶି ପାଇଥିବା ବେଳେ ମୟୂରଭଞ୍ଜ ଜିମ୍‌ର ଦେବୀ ସିଂହ ମୋଟ ୪୦୦ କିଲୋ ଉଠାଇ ଷ୍ଟ୍ରଙ୍ଗ ଓମ୍ୟାନ୍‌ ଆଖ୍ୟା ଲାଭ କରି ସମାନ ଅର୍ଥ ରାଶି ପାଇଥିଲେ।

ପୁରୁଷ ବିଭାଗ ସ୍କ୍ବାଟ୍‌ରେ ଉତ୍କଳ କରାଟେ ସ୍କୁଲ୍‌ର ଦୀପକ କୁମାର ନାୟକ ସର୍ବାଧିକ ସ୍କ୍ବାଟ୍‌ (୨୭୦ କିଲୋ) ଓ ସର୍ବାଧିକ ଡେଡ୍‌ଲିଫ୍ଟର (୨୮୫ କିଲୋ) ବିବେଚିତ ହୋଇଥିଲା ବେଳେ ଉତ୍କଳ କରାଟେ ସ୍କୁଲ୍‌ର ମହେନ୍ଦ୍ର କୁମାର ରାଉତ ସର୍ବାଧିକ ବେଞ୍ଚପ୍ରେସ୍‌ର (୧୬୭.୫ କିଲୋ) ବିବେଚିତ ହୋଇଥିଲେ।
ସେହିପରି ମହିଳା ବିଭାଗରେ ସର୍ବାଧିକ ସ୍କ୍ବାଟ୍‌ ଉତ୍କଳ କରାଟେ ସ୍କୁଲ୍‌ର ରାଜସ୍ମିତା ସାହୁ (୧୪୭.୫ କିଲୋ) ଏବଂ ମୟୂରଭଞ୍ଜ ଜିମ୍‌ର ଦେବୀ ସିଂ (୯୫ କିଲୋ) ସର୍ବାଧିକ ବେଞ୍ଚପ୍ରେସର ଅର୍ଥ ରାଶି ଲାଭ କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ସ୍ବାଗତିକା ଖଟେଇ (୧୬୭.୫ କିଲୋ) ସର୍ବାଧିକ ଡେଡଲିଫ୍ଟର ଅର୍ଥ ରାଶି ଲାଭ କରିଥିଲେ। ପ୍ରତ୍ୟକ ସର୍ବାଧିକ ଲିଫ୍ଟ ପାଇଁ ୫୦୦୦/- ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ। ଏହି ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲ ମୋଟ ୧୯ଟି ସ୍ୱର୍ଣ୍ଣ ପାଇ ପ୍ରଥମ ହୋଇଥିବା ବେଳେ ଅନୁଗୁଳର ଏମ୍‌ସିଏଲ୍‌ ଜିମ୍‌ ୪ ସ୍ୱର୍ଣ୍ଣ ଓ ୩ ରୌପ୍ୟ ପାଇ ଦ୍ବିତୀୟ ଏବଂ ମୟୂରଭଞ୍ଜର ଶକ୍ତିମାନ ଜିମ୍‌ ୪ ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ହାସଲ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର