ବେଙ୍ଗାଲୁରୁ ବାଳକ ଭାରତର ୭୬ତମ ଗ୍ରାଣ୍ଡମାଷ୍ଟର୍‌

ଚେନ୍ନାଇ : ବେଙ୍ଗାଲୁରୁ ବାଳକ ପ୍ରଣବ ଆନନ୍ଦ ଭାରତର ୭୬ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ସଂପ୍ରତି ରୋମାନିଆର ମାମାଇଆରେ ଆୟୋଜିତ ବିଶ୍ବ ଯୁବ ଚେସ୍‌ ପ୍ରତିଯୋଗିତାରେ ସେ ୨୫୦୦ ଏଲୋ ମାର୍କ ଛୁଇଁ ଏହି ସଫଳତା ପାଇଥିଲେ। ଏଥିସହ ୧୫ ବର୍ଷୀୟ ପ୍ରଣବ ଗୁରୁବାର ରାତିରେ ଜିଏମ୍‌ ପାଇଁ ବାକିଥିବା ସମସ୍ତ ଅବଶ୍ୟକତା ପୂରଣ କରି ଏହି ସମ୍ମାନ ନିଶ୍ଚିତ କରିଥିଲେ। ଜିଏମ୍‌ ହେବାକୁ‌ ହେଲେ ୩ ଜିଏମ୍‌ ନର୍ମ ସହ ୨୫୦୦ ଲାଇଭ୍‌ ଏଲୋ ପଏଣ୍ଟ୍‌ ଅତିକ୍ରମ କରିବାକୁ ପଡ଼ିବ। ପ୍ରଣବ ତୃତୀୟ ତଥା ଶେଷ ଜିଏମ୍‌ ନର୍ମ ସ୍ବିଜରଲାଣ୍ଡରେ ଆୟୋଜିତ ୫୫ତମ ‌ବିଲ ଚେସ୍‌ ମହୋତ୍ସବରେ ପାଇଥିଲେ। ପ୍ରଥମ ଦୁଇ ଜିଏମ୍‌ ନର୍ମ ସିଟ୍‌ଗେସ୍‌ ଓପନ (ଜାନୁଆରି ୨୦୨୨) ଏବଂ ଭେରଜେର୍କେପ୍‌ସୋ ଜିଏମ୍‌ ରାଉଣ୍ଡ ରବିନ (ମାର୍ଚ ୨୦୨୨) ପ୍ରତିଯୋଗିତାରେ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର