ଦେବେନ୍ଦ୍ର ଭାରତୀୟ କୁସ୍ତି ସଂଘର କାର୍ଯ୍ୟକାରୀ ସଦସ୍ୟ

ଭୁବନେଶ୍ବର: ଓଡ଼ିଶା କୁସ୍ତି ସଂଘର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ ଭାରତୀୟ କୁସ୍ତି ସଂଘର କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ବ୍ରିଜ୍‌ଭୂଷଣ ସରନ୍‌ ସିଂହ ସଭାପତି ଓ ଭିଏନ୍‌ ପ୍ରସୁଦ୍‌ ସଂପାଦକ ନିର୍ବାଚିତ ହୋଇଥିଲା ‌ବେଳେ ୧୨ ଜଣିଆ କାର୍ଯ୍ୟକାରୀ ସଦସ୍ୟମଣ୍ଡଳୀରେ ଦେବେନ୍ଦ୍ର ସ୍ଥାନ ପାଇଛନ୍ତି। ଭାରତୀୟ କୁସ୍ତି ସଂଘରେ ୮ ଉପସଭାପତି ଏବଂ ୬ ଯୁଗ୍ମ ସଂପାଦକ ନିର୍ବାଚିତ ହୋଇଛନ୍ତି। ଦେବେନ୍ଦ୍ର ଓଡ଼ିଶା ଫେନ୍‌ସିଂ ସଂଘର ସଂପାଦକ ଥିଲା ବେଳେ ଭାରତୀୟ ଫେନ୍‌ସିଂ ସଂଘର ଉପସଭାପତି ରହିଛନ୍ତି। ପୁଣି ସେ ମଧ୍ୟ ଓଡ଼ିଶା ସଫ୍‌ଟବଲ୍‌ ସଂଘର ସଂପାଦକ ରହିଥିଲା ବେଳେ ଭାରତୀୟ ସଫ୍‌ଟବଲ୍‌ ସଂଘର ଯୁଗ୍ମ ସଂପାଦକ ଅଛନ୍ତି।

ସମ୍ବନ୍ଧିତ ଖବର