ଟିକା ପାଇଁ ବାଧ୍ୟ କଲେ ଫ୍ରେଞ୍ଚ୍‌ ଓପନ୍‌ ଓ ୱିମ୍ବଲଡନ୍‌ରୁ ଓହରିଯିବି: ଜୋକୋଭିକ୍‌

ଲଣ୍ଡନ : କରୋନା ଟିକା ନେବାକୁ ମନା କରିଦେବାରୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ଅଷ୍ଟ୍ରେଲିଆରୁ ଫେରି ଆସିଥିବା ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଏବେ ବି ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଟିକାରଣ ନିୟମାବଳୀ ପାଇଁ ଯଦି ତାଙ୍କୁ ଅନୁମତି ଦିଆନଯାଏ ତାହାଲେ ଆଗାମୀ ଫ୍ରେଞ୍ଚ୍‌ ଓପନ୍‌ ଏବଂ ୱିମ୍ବିଲଡନ୍‌ରୁ ଓହରିଯିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ଜୋକୋଭିକ୍‌। ମୁଁ ଟିକାକରଣର ବିରୋଧୀ ନୁହେଁ, ହେଲେ କେଉଁ ଟିକା ମୋ ଶରୀର ପାଇଁ ଆବଶ୍ୟକ ସେ ନେଇ ମୁଁ ଯତ୍ନବାନ୍‌। ସେଥିପାଇଁ ମୂଲ୍ୟ ଦେବାକୁ ପଡ଼ିଲେ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି। ମୋତେ ଟିକା ନେବାର ସ୍ବାଧୀନତା ମିଳୁ। ମୁଁ ଏପର୍ଯ୍ୟନ୍ତ ପାଇଥିବା ସମସ୍ତ ସୂଚନାକୁ ଭିତ୍ତି କରି କରୋନା ଟିକା ନନେବାକୁ ଏବେ ବି ସ୍ଥିର କରିସାରିଛି। ସେଥିପାଇଁ ଆବଶ୍ୟକ ପଡ଼ିଲେ ବିଭିନ୍ନ ପ୍ରତିଯୋଗିତାରୁ ଓହରିଯିବାକୁ ବାଧ୍ୟ ହେବି ବୋଲି ଜୋକୋଭିକ୍‌ ସ୍ପଷ୍ଟ ଭାବେ କହିଛନ୍ତି।

ସମ୍ବନ୍ଧିତ ଖବର