୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ହକି ଟିମ

ନୂଆଦିଲ୍ଲୀ: ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିପାରିଛି ଭାରତୀୟ ପୁରୁଷ ହକି ଦଳ | କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବ୍ରିଟେନକୁ ୩-୧ ରେ ପରାସ୍ତ କରିଛି। ଆଉ ଏହି ବିଜୟ ପରେ ଭାରତୀୟ ହକି ଦଳ ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି |

ବର୍ତ୍ତମାନ ଭାରତ ପରବର୍ତ୍ତୀ ମ୍ୟାଚରେ ବେଲଜିୟମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ | ହକି ହେଉଛି ଏମିତି ଏକ ଖେଳ ଯାହା ଭାରତକୁ ଅଲିମ୍ପିକ୍ ଇତିହାସରେ ସର୍ବାଧିକ ସ୍ୱର୍ଣ୍ଣ ପଦକ ଦେଇଛି | ଆଉ ୧୯୮୦ ପରଠାରୁ ଭାରତୀୟ ହକି ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ଟୋକିଓରେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୫ ମ୍ୟାଚ୍ ମଧ୍ୟରୁ ୪ଟି ଜିତି ଦ୍ୱିତୀୟ ସ୍ଥାନରେ ଥିବାବେଳେ ବ୍ରିଟେନ ୫ଟି ମ୍ୟାଚରେ ମାତ୍ର ୨ଟି ବିଜୟ ହାସଲ କରିଥିବାବେଳେ ୨ଟି ମ୍ୟାଚ ଡ୍ର ରହିଥିଲା ​​ଏବଂ ଗୋଟିଏ ମ୍ୟାଚରେ ହାରି ଯାଇଥିଲା।

ଅନ୍ୟପକ୍ଷରେ, ଯଦି ଆମେ ର଼୍ୟାଙ୍କିଙ୍ଗ ବିଷୟରେ କହିବା, ତେବେ ଭାରତ ତୃତୀୟ ସ୍ଥାନରେ ଥିବାବେଳେ ବ୍ରିଟେନ ପଞ୍ଚମ ସ୍ଥାନରେ ରହିଛି। ଆଜିର ମ୍ୟାଚରେ ଖେଳାଳିଙ୍କ ଆତ୍ମବିଶ୍ୱାସ ମଧ୍ୟ ଦର୍ଶାଉଥିଲା ଯେ ଦଳ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ରହିଛି |

ସମ୍ବନ୍ଧିତ ଖବର