କୋହଲିଙ୍କୁ ପଞ୍ଚମ ପଲ୍ଲି ଉମ୍ରିଗର ଟ୍ରଫି

ମନପ୍ରୀତ, ମାନ୍ଧାନାଙ୍କୁ ପ୍ରଥମ ମହିଳା ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ବିସିସିଆଇର ବର୍ଷର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ପୁରସ୍କାର ଜିତିଛନ୍ତି। ଗତ କିଛିବର୍ଷ ହେବ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା କୋହଲି ଏହି ପୁରସ୍କାର ପାଇଁ ମନୋନୀତ ହୋଇ ମୋଟ ଉପରେ ପଞ୍ଚମ ଥର ଲାଗି ପଲ୍ଲୀ ଉମ୍ରିଗର ଟ୍ରଫି ଜିତିବାର ହକ୍‌ଦାର ହୋଇଛନ୍ତି। ଅନ୍ୟ ପକ୍ଷରେ ବିସିସିଆଇ ପ୍ରଥମ ଥର ପାଇଁ ଆରମ୍ଭ କରିଥିବା ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ହରମନପ୍ରୀତ କୌର ଏବଂ ସ୍ମୃତି ମାନ୍ଧାନା ମନୋନୀତ ହୋଇଛନ୍ତି। ହରମନପ୍ରୀତ ୨୦୧୬-୧୭ ଏବଂ ମାନ୍ଧାନା ୨୦୧୭-୧୮ ପାଇଁ ଏହି ପୁରସ୍କାର ପାଇବେ। ସେପଟେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ପୂର୍ବତନ ଟେଷ୍ଟ୍‌ ତାରକା ଅଂଶୁମାନ ଗାଏକ୍ୱାଡ୍‌ ଆଜୀବନ ସେବା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା କୋହଲି ଗତ ତିନି ବର୍ଷ ମଧ୍ୟରେ ୯୧.୯୦ ହାରରେ ୨୭୫୭ ରନ୍‌ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଲଗାତାର ଚାରିଟି ଦ୍ୱିଶତକ ହାସଲ କରିବାର କୀର୍ତ୍ତିମାନ କରିଥିଲେ। କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ଲଗାତାର ୯ ଶୃଙ୍ଖଳା ଜିତିବା ସହ ଶୀର୍ଷା ମାନ୍ୟତା ଫେରି ପାଇଥିଲା। ହରମନପ୍ରୀତ ଭାରତର ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ଅଭିଯାନ ଏବଂ ଏସିଆ କପ୍‌ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୫୦ ଓଭରିଆ ବିଶ୍ୱକପ୍‌ ସେମିଫାଇନାଲରେ ୧୭୧ ରନ୍‌ର ପାଳି ଖେଳି ସେ ଭାରତକୁ ଫାଇନାଲ୍‌ ନେଇଥିଲେ। ମାନ୍ଧାନା ମଧ୍ୟ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶତକ ହାସଲ କରିବା ସହ ଇଂଲଣ୍ଡ ବିପକ୍ଷରେ ୯୦ ରନ୍‌ କରିଥିଲେ। ଚଳିତ ବର୍ଷ ସେ ଭାରତ ପାଇଁ ଦ୍ରୁତତମ ଟେ୍ଵଣ୍ଟି-୨୦ ଅର୍ଧଶତକ ହାସଲ କରିଥିଲେ। ବିସିସିଆଇ ଘୋଷଣା କରିଥିବା ପୁରସ୍କାର ତାଲିକା ଏମିତି ଥିଲା।

ସମ୍ବନ୍ଧିତ ଖବର