ଜାତୀୟ ବର୍ଷିୟାନ ସନ୍ତରଣ: ଓଡ଼ିଶାକୁ ୬ ପଦକ

ଭୁବନେଶ୍ବର: ସିକନ୍ଦରାବାଦଠାରେ ଶେଷ ହୋଇଥିବା ଜାତୀୟ ବର୍ଷିୟାନ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ ସହିତ ମୋଟ ୬ ପଦକ ମିଳିଛି। ମହିଳା ବିଭାଗ ୨୫-୩୦ ବର୍ଷ ୧୦୦ ମିଟର୍ ବ୍ୟାକଷ୍ଟ୍ରୋକ୍‌ରେ ଅନନ୍ୟା ସାହା, ୪୫-୫୦ ବର୍ଷର ପୁରୁଷ ୧୦୦ ମିଟର୍ ବ୍ୟାକଷ୍ଟ୍ରୋକ୍‌ରେ ସୁରଜ ବାଗ ଏବଂ ୬୦-୬୫ ବର୍ଷ ୧୦୦ ମିଟର୍‌ ଫ୍ରିଷ୍ଟାଇଲ୍‌ରେ ୩ ସ୍ବର୍ଣ୍ଣ ପଦକ ଜିତିଥିଲେ। ଲକ୍ଷ୍ମୀକାନ୍ତ ମହାକୁଡ ୪୦-୪୫ ବର୍ଷ ୨୦୦ ମିଟର୍‌ ବେଷ୍ଟଷ୍ଟ୍ରୋକ୍‌ରେ କାଂସ୍ୟ ଏବଂ ୨୦୦ ମିଟର୍ ବ୍ୟକ୍ତିଗତ ମିଡ୍‌ଲେରେ ରୌପ୍ୟ ପଦକ ହାସଲ କରିଥିଲେ। ମିଡଲେ ରିଲେରେ ସୁରେନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ମହାକୁଡ, ସୁରଜ ବାଗ ଏବଂ ଅମିୟ କୁମାର ସରକାର କାଂସ୍ୟ ପଦକ ଜିତିଥିଲେ। ପଦକ ବିଜେତାମାନଙ୍କୁ ଓଡ଼ିଶା ସନ୍ତରଣ ସଂଘର କର୍ମକର୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର