ମହାରାଷ୍ଟ୍ର ରାଜନୀତି: ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଜ୍ୟପାଳ

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଆଜି ସନ୍ଧ୍ୟାରେ ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ସରକାର ଗଠନ ପାଇଁ ସବୁଠାରୁ ବଡ଼ ଦଳ ଭାବେ ବିଜେପି ଉତ୍ସାହ ଦେଖାଉ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ବାବଦରେ ରାଜ୍ୟପାଳଙ୍କଠାରୁ ପତ୍ର ପାଇଥିବା ବେଳେ ରାଜଭବନ ପକ୍ଷରୁ ମଧ୍ୟ ଏ ନେଇ ବିବୃତି ଜାରି କରାଯାଇଛି। ଗତକାଲି ଫଡନାଭିସଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ରାଜ୍ୟପାଳ କହିଥିଲେ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୦୫ ଆସନ ହାସଲ କରିଛି। ତେବେ ମେଣ୍ଟ ସହଯୋଗୀ ଶିବସେନାର ସହଯୋଗ ନ ମିଳିବାରୁ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୫ ହାସଲ କରିବା କଷ୍ଟକର ଥିବା ଦର୍ଶାଇ ବିଜେପି ଏ ଦିଗରେ ତତ୍ପରତା ଦେଖାଇ ନଥିଲା। ଏନ୍‌ସିପି ପ୍ରବକ୍ତା ଆଜି କହିଛନ୍ତି ଯେ ବିଜେପି ସରକାର ଗଠନ କଲେ ଏନ୍‌ସିପି ଏହା ବିରୋଧରେ ଭୋଟ୍‌ ଦେବ ଏବଂ ସରକାରର ପତନ ଘଟିବ।

ସମ୍ବନ୍ଧିତ ଖବର