ରଣଧୀର ଏସୀୟ କ୍ରୀଡ଼ା ସମନ୍ବୟ ସମିତି ଅଧ୍ୟକ୍ଷ

ମୁମ୍ବାଇ: ଚୀନର ହଙ୍ଗଝୁରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଏସୀୟ କ୍ରୀଡ଼ା ଲାଗି ପୁରୁଖା ଭାରତୀୟ କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କୁ ସମନ୍ବୟ ସମିତି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ୧୯୯୧ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୪ ଧରି ରଣଧୀର ଅଲିମ୍ପିକ୍ସ କାଉନସିଲ୍ ଅଫ ଏସିଆ (ଓସିଏ)ର ମହାସଚିବ ଦାୟିତ୍ବ ତୁଲାଇଥିଲେ। ୭୨ ବର୍ଷୀୟ ଏହି ୫ ଥର ଅଲିମ୍ପିଆନ୍‌ ବଂଧୁକଚାଳକ ଓସିଏର ଅବୈତନିକ ଉପସଭାପତି ରହିଛନ୍ତି। ୧୯୮୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ସେ ଭାରତୀୟ ଅଲିମ୍ପିକ୍ ସଂଘର ମହାସଚିବ ଏବଂ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତିର ସଦସ୍ୟ ରହିଥିଲେ। ‘୨୦୨୨ ଏସୀୟ କ୍ରୀଡ଼ା ସମନ୍ବୟ ସମିତି ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାରୁ ଖୁସୀ। ଏହା ମୋ ପାଇଁ ବଡ଼ ସମ୍ମାନ ଓ ଦାୟିତ୍ବ’ ବୋଲି ରଣଧୀର କହିଛନ୍ତି। ମୁଁ ମଧ୍ୟ ୨୦୨୦ ସାନ୍ୟା (ଚୀନ) ଏସୀୟ ବିଚ୍‌ କ୍ରୀଡ଼ା ଲାଗି ସମାନ ଦାୟିତ୍ବ ପାଇଛି ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର