ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହେଉଥିବା ଅଭିଯୋଗ କରି ଆଜି କଂଗ୍ରେସ ନିର୍ବାଚନ କମିସନଙ୍କୁ ସମାଲୋଚନା କରିଛି। ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌ କହିଛନ୍ତି ଯେ ନିର୍ବାଚନ କମିସନ୍‌ କାହିଁକି ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବା‌ରେ ବିଳମ୍ବ କରୁଛନ୍ତି ସେ ନେଇ ଲୋକଙ୍କୁ ଯୁକ୍ତିଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ। ମୁଖ୍ୟ ନିର୍ବାଚନ କମିସନରଙ୍କୁ ପ୍ରଶ୍ନ କରି ପଟେଲ୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ କମିସନ ଯେଭଳି ଅପେକ୍ଷା କରିଛନ୍ତି, ସେହି ଧାରଣା ଏବେ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି। ଦେଶର ରାଜକୋଷକୁ ପ୍ରଚାର ଅଭିଯାନ ପାଇଁ ବ୍ୟବହାର କରିବା ପାଇଁ ନିର୍ବାଚନ କମିସନ ସରକାରଙ୍କୁ ସୁଯୋଗ ଦେଉଛନ୍ତି ଏବଂ ଏଥିପାଇଁ ‌ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବାରେ ବିଳମ୍ବ କରୁଛନ୍ତି ବୋଲି ପଟେଲ୍‌ କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଗତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ‌ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏଥର ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ତାରିଖ ଘୋଷଣା ହେବ ବୋଲି ପୂର୍ବରୁ ନିର୍ବାଚନ କମିସନ୍‌ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର