ପ୍ୟାରିସ୍: ଶନିବାର ୧୦୦ତମ ଟ୍ରଫି ଜିତିଥିବା ସ୍ବିଜରଲାଣ୍ଡ ଟେନିସ ତାରକା ରୋଜର ଫେଡେରର ସୋମବାର ପ୍ରକାଶିତ ଏଟିପି ମାନ୍ୟତାରେ ୩ ସ୍ଥାନ ଲମ୍ଫ ଦେଇ ଚତୁର୍ଥରେ ପହଞ୍ଚିଛନ୍ତି। ଫେଡେରର୍ଙ୍କଠୁ ଫାଇନାଲ୍ରେ ହାରିଥିବା ଷ୍ଟିଫାନୋସ ସିସିପାସ (ଦଶମ) ଗୋଟିଏ ସ୍ଥାନ ଉପରକୁ ଉଠି ଶୀର୍ଷ ୧୦ରେ ପ୍ରବେଶ କରିଥିଲେ। ସ୍ପେନ୍ର ରାଫାଲ ନାଦାଲ (ଦ୍ବିତୀୟ), ଜର୍ମାନିର ଆଲେକଜାଣ୍ଡର ଜେରଭ (ତୃତୀୟ) ଓ ଆମେରିକାର ଜନ୍ ଇଜ୍ନର (ନବମ)ଙ୍କୁ ହରାଇ ଆକାପୁଲକୋ ଟ୍ରଫି ଜିତିଥିବା ଅଷ୍ଟ୍ରେଲିଆର ନିକ୍ କିର୍ଗିସ ଏକାଥରକେ ୩୯ ସ୍ଥାନ ଡେଇଁ ୩୩ରେ ପହଞ୍ଚିଛନ୍ତି। ପୂର୍ବପରି ସର୍ବିଆ ତାରକା ନୋଭାକ ଜୋକୋଭିକ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।