ବିଜେପିରେ ମିଶିଲେ ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିଭାବା

ଅହମ୍ମଦାବାଦ: ଭାରତୀୟ କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା କର୍ନି ସେନା ମହିଳା ମୋର୍ଚ୍ଚା ସଭାପତି ରିଭାବା ଜାଦେଜା ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ପ୍ରେରଣାର ଉତ୍ସ। ଏଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। କେବଳ ‌ଗୋଟିଏ ଜାତିର ସେବା ନୁହେଁ। ଦେଶ ପାଇଁ କିଛି କରିବା ଲକ୍ଷ୍ୟରେ ଦଳରେ ଯୋଗଦେଇଛି। ରବୀନ୍ଦ୍ର ଜାଦେଜା କେବଳ ରାଜପୁତ ଜାତିର ଗର୍ବ ନୁହଁନ୍ତି, ଦେଶର ଜଣେ ଯୁବକ ମଧ୍ୟ। ନିଜର ଏକ ପରିଚୟ ସୃ‌ଷ୍ଟି କରିବା ସହ ମହିଳାଙ୍କ ପାଇଁ ଏକ ଉଦାହରଣ ହେବା ଲାଗି ମୁଁ ବିଜେପିର ମିଶିଛି ବୋଲି ରିଭାବା କହିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ମନ୍ତ୍ରୀ ଆର.ସି. ଫାଲଦୁ, ସାଂସଦ ପୁନମ ମାଦମ, ଜାମନଗର ନଗର ସଭାପତି ହସମୁଖ ହିନ୍ଦୋଚା ଓ ଜିଲ୍ଲା ସଭାପତି ଚନ୍ଦ୍ରେଶ ପଟେଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର