ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ରବି ଶାସ୍ତ୍ରୀ ଓ ସହଯୋଗୀମାନେ ଭାରତୀୟ ଦଳଠୁ ବିଦାୟ ନେଇପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଓ ସହକାରୀ ପ୍ରଶିକ୍ଷକମାନେ ୟୁଏଇରେ ହେବାକୁଥିବା ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବ କପ୍‌ ପରେ ବିଦାୟ ନେଇପାରନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲି˚ ପ୍ରଶିକ୍ଷକ ଭରତ ଅରୁଣ, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର‌୍‌.ଶ୍ରୀଧର ଏବ˚ ବ୍ୟାଟି˚ ପ୍ରଶିକ୍ଷକ ବିକ୍ରମ ରାଥୋଡ଼ ଏହି ବିଶ୍ବକପ୍‌ ପରେ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ରବି ଶାସ୍ତ୍ରୀ ତାଙ୍କର ଚୁକ୍ତିକୁ ଆଉ ନବୀକରଣ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟ ସହକାରୀମାନେ ଆଇପିଏଲ୍‌ ଫ୍ରାଞ୍ଚାଇଜିଙ୍କ ସହ ଯୋଡ଼ି ହେବା ପାଇଁ ଆଲୋଚନା ଆରମ୍ଭ କରିସାରିଲେଣି।

ଶାସ୍ତ୍ରୀ ଭାରତୀୟ ଦଳର ନିର୍ଦ୍ଦେଶକ ଭାବେ ୨୦୧୪ରେ ଯୋଗଦେଇଥିଲା ବେଳେ ପରେ ୨୦୧୭ରେ ନିୟମିତ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତତ୍କାଳୀନ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ କୁମ୍ବଲେ ଇସ୍ତଫା ଦେଇଥିଲେ। ଯାହାଫଳରେ ଶାସ୍ତ୍ରୀଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ପୁଣି ଥରେ ନିଯୁକ୍ତି ମିଳିଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଦଳକୁ ଜଣେ ନୂଆ ପ୍ରଶିକ୍ଷକ ମିଳିବା ସମ୍ଭାବନା ରହିଛି। ବିସିସିଆଇ ମଧ୍ୟ ଏକ ନୂଆ ପ୍ରଶିକ୍ଷକ ଗୋଷ୍ଠୀ ସନ୍ଧାନରେ ରହିଛି। ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ରାହୁଲ ଦ୍ରାବିଡ଼। ଦ୍ରାବିଡ଼ଙ୍କୁ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ଭାରତ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିଲା ବେଳେ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୨ରେ ହାରିଯାଇଥିଲା। ଦ୍ରାବିଡ଼ ଗତ କିଛି ବର୍ଷ ଧରି ଭାରତରେ ଯୁବ ପ୍ରତିଭାମାନଙ୍କୁ ଶାଣିତ କରୁଥିବାରୁ ପ୍ରଶ˚ସିତ ହୋଇଆସୁଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ରବି ଶାସ୍ତ୍ରୀ ଭାରତୀୟ ଟେଷ୍ଟ ଦଳ ସହିତ ଇ˚ଲଣ୍ତରେ ଅଛନ୍ତି।

ସମ୍ବନ୍ଧିତ ଖବର