ସାହାଣୀ କପ୍‌ ଫାଇନାଲରେ ଭୁବନେଶ୍ୱର

ବଲାଙ୍ଗୀର: କଟକକୁ ଟାଇବ୍ରେକର୍‌ ଜରିଆରେ ପରାସ୍ତ ପରାସ୍ତ କରି ପ୍ରଥମ ଦଳ ଭାବେ ଭୁବନେଶ୍ୱର ଅନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଯାଇଛି। ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଭୁବନେଶ୍ୱର ଦଳ ୪-୩ ଗୋଲ୍‌ରେ କଟକକୁ ପରାସ୍ତ କରିଛି। ନିର୍ଧାରିତ ସମୟରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ବି ତାଳମେଳ ଅଭାବରୁ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ପୂର୍ବ ଦୁଇ ମ୍ୟାଚ୍‌ରେ ବିପଜ୍ଜନକ ଖେଳ ପାଇଁ ଦୁଇଟି ହଳଦିଆ କାର୍ଡ ପାଇଥିବା କଟକ ଦଳର ଶେଖ ମୋଇନ୍‌ ସେମିଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ଅନ୍ୟପଟେ ଶୁକ୍ରବାର ଖେଳ ଆରମ୍ଭରୁ ହିଁ କଟକର ଅନ୍ୟତମ ଖେଳାଳି କୁଅଁର ମାରାଣ୍ଡି ହଳଦିଆ କାର୍ଡ ପାଇଥିଲେ। ତେବେ ନିର୍ଧାରିତ ସମୟ ଶେଷ ଯାଏ କୌଣସି ଗୋଲ୍‌ ନହେବାରୁ ଟାଇବ୍ରେକର୍‌ର ସହାୟତା ନିଆଯାଇଥିଲା। ସେଥିରେ ୪-୩ରେ ବିଜୟୀ ହୋଇଥିଲା ଭୁବନେଶ୍ୱର। ଆସନ୍ତାକାଲି (ଶନିବାର) ଆୟୋଜକ ବଲାଙ୍ଗୀର ଓ ଅନୁଗୁଳ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର