ଆଇପିଏଲ : ଗୁରୁବାର ସୁଦ୍ଧା ଘୋଷଣା ହେବ ଏସଓପି

ଚେନ୍ନାଇ : ଆଇପିଏଲ ତାରିଖ ଘୋଷଣା ପରେ ଆଇପିଏଲ ପରିଚାଳନା ପରିଷଦ ବାଗଭର୍ଣ୍ଣିଂ କାଉନସିଲ ଖୁବଶୀଘ୍ର ସବୁ ଫ୍ରାଞ୍ଚାଇଜିମାନଙ୍କର ଏକ ବୈଠକ ଡକାଇବାର ସମ୍ଭାବନା ରହିଛି । ଏହି ବୈଠକରେ ସବୁ ଦଳ ପାଇଁ ଏସଓପି ବା ମାନକ ଆଚରଣବିଧି ଘୋଷଣା କରାଯିବ । ଆସନ୍ତା ଗୁରୁବାର ପୂର୍ବରୁ ଏହି ବୈଠକ ଡକାଇ ଏସଓପି ଘୋଷଣା କରାଯିବ । କରୋନା ମହାମାରୀ ଯୋଗୁଁ ଭାରତ ସରକାର ଜାରି କରିଥିବା ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଏହି ଏସଓପି ଜାରି କରାଯିବ । ସେହିପରି ଆଇସିସି ପକ୍ଷରୁ ଜାରି ଗାଇଡଲାଇନକୁ ମଧ୍ୟ ପାଳନ କରାଯିବ । ଏହି ଏସଓପିକୁ ସବୁ ଦଳ ପାଳନ କରିବାକୁ ବାଧ୍ୟ ହେବେ । ସେହିପରି ୟୁଏଇ ଯିବା ପୂର୍ବରୁ ସବୁ ଟିମ ମ୍ୟାନେଜମେଣ୍ଟ ନିଜ ନିଜ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କରୋନା ପରୀକ୍ଷା କରିବେ । କରୋନା ନେଗେଟିଭ ହେଲେ ହିଁ ଯିବାକୁ ଅନୁମତି ମିଳିବ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ ଯେ, ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ରବିବାରଦିନ ଅନୁଷ୍ଠିତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ପ୍ରସ୍ତାବରେ ଚୂଡ଼ାନ୍ତ ମୋହର ମରାଯାଇଛି ।

ସମ୍ବନ୍ଧିତ ଖବର