୧୮ ଘଣ୍ଟା ବିତିଯାଇଥିଲେ ବି ରାଜଧାନୀରେ ଭାସିଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କ ଏଯାଏଁ ମିଳିନି ପତ୍ତା

ଭୁବନେଶ୍ୱର: ୧୮ ଘଣ୍ଟା ବିତିଯାଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସିଯାଇଥିବା ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜାଙ୍କୁ ଠାବ କରାଯାଇପାରିନାହିଁ। ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର। ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି। ତେବେ ଛାତ୍ରଙ୍କୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି।

ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ। ଛାତ୍ର ଜଣକ ସାଇକେଲରେ ଫେରୁଥିବା ବେଳେ ଡ୍ରେନ ସୁଅରେ ପଡି ନାଳରେ ଭାସିଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଡ୍ରେନରେ ପଡ଼ି ଭାସିଯାଇଥିଲେ ।
ଏହି ଅଘଟଣ ସମଗ୍ର ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି ଓ ବିଭିନ୍ନ ମହଲରୁ ବିଏମସିକୁ ଦାୟୀ କରାଯାଇଛି। ବିଏମସି କେବେ ଆଉ ଚେତିବ ବୋଲି ପ୍ରଶ୍ନ କରାଯାଇଛି। ଏଭଳି ଅଘଟଣର ଶେଷ କେଉଁଠି ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର